ଅନୁଗୋଳ ହେବାକୁ ଯାଉଛି ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ - ଧର୍ମେନ୍ଦ୍ର ପ୍ରଧାନ

🎬 Watch Now: Feature Video

thumbnail

By

Published : Jan 11, 2021, 9:42 PM IST

ଅନୁଗୋଳ: ଆଗାମୀ ଦିନରେ ଅନୁଗୋଳ ହେବ ଦେଶର ଅର୍ଥନୈତିକ ରାଜଧାନୀ । ଦେଶକୁ ସବୁଠାରୁ ଅଧିକ ରାଜସ୍ବ ଦେଇ ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ । କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଜିଲ୍ଲାକୁ ଗସ୍ତ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଧର୍ମେନ୍ଦ୍ର ଦିନିକିଆ ଅନୁଗୋଳ ଗସ୍ତରେ ଆସିଥିବା ବେଳେ ନିଜର ଦଳୀୟ କର୍ମୀଙ୍କୁ ଭେଟିଥିଲେ । ତେବେ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଆଗାମୀ ଦିନରେ ଜିଲ୍ଲାର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବିଶ୍ବର ସବୁଠାରୁ ବଡ଼ ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜିଲ୍ଲାରେ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । ସେହିଭଳି ନବରତ୍ନ କମ୍ପାନୀ ନାଲକୋ ତାର ଉତ୍ପାଦନ କ୍ଷମତା 1 ମିଲିୟନ ଟନ୍‌ କରିବାକୁ ମଧ୍ୟ ଯୋଜନା ରହିଛି । ଜିଲ୍ଲାରେ ଏବେ ମହାନଦୀ କୋଇଲା କମ୍ପାନୀ 100 ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରୁଛି । ସାରା ଦେଶରେ 600 ମିଲିୟନ ଟନ୍‌ ଉତ୍ପାଦନ ହେଉଥିବା ବେଳେ ଅନୁଗୋଳ ଦେଶକୁ 100 ମିଲିୟନ ଟନ୍‌ କୋଇଲା ଯୋଗାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.