ରାସ୍ତାରେ ବୁଲିଲେ ଯମରାଜ-ଚିତ୍ରଗୁପ୍ତ, ଅମାନିଆଙ୍କୁ ଦେଲେ ଗଦା ପାହାର - ROAD SAFETY AWARENESS

🎬 Watch Now: Feature Video

thumbnail

By ETV Bharat Odisha Team

Published : 17 hours ago

ନୟାଗଡ଼: ଯମରାଜଙ୍କ ବିକଟାଳ ହସରେ କମ୍ପିଲା ନୟାଗଡ଼ ସହର । ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ସଡ଼କ ସୁରକ୍ଷା ସଚେତନାର ବାର୍ତ୍ତା ଦେଉଛନ୍ତି ଯମରାଜ ଏବଂ ଚିତ୍ରଗୁପ୍ତ । ସଡ଼କ ସୁରକ୍ଷା ସପ୍ତାହରେ ଅବସରରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ନୟାଗଡ଼ ପୋଲିସ ପ୍ରଶାସନର ଅଭିନବ ପ୍ରୟାସ  l ହେଲମେଟ ପିନ୍ଧିଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଦେବା ସହିତ ଯାହାପାଖରେ ହେଲମେଟ୍ ନାହିଁ ସେମାନଙ୍କୁ ନୂଆ ହେଲମେଟ ପ୍ରଦାନ କରିଛି ନୟାଗଡ଼ ପୋଲିସ । ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ନୟାଗଡ଼ ପୋଲିସ, ପରିବହନ ବିଭାଗ, ସିଭିଲି ସୋସାଇଟି ଓ ବସ୍ ମାଲିକ ସଂଘ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଯେଉଁମାନେ ହେଲମେଟ୍ ପିନ୍ଧିନଥିଲେ ସେମାନଙ୍କୁ ସତର୍କ କରାଯିବା ସହ ହେଲମେଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବା ସହ ଟ୍ରାଫିକ୍ ନିୟମ ମାନିିବା ଏବଂ ହେଲମେଟ ପିନ୍ଧିବା ପାଇଁ ସଚେତନ କରିଥିଲେ ଯମରାଜ । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନପିନ୍ଧିବା, ବାଇକରେ ତିନି ଜଣ ବସି ଯିବା ବ୍ୟକ୍ତିମାନଙ୍କୁ ସଚେତନ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...ଜାତୀୟ ସଡ଼କ ସୁରକ୍ଷା ସପ୍ତାହ, ନିମାପଡ଼ାରେ ସଚେତନତା ବାର୍ତ୍ତା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ - ନୟା ସବେରା ୟୁଥ୍ ଟ୍ରଷ୍ଟ ନିମାପଡ଼ା

 ଏହା ମଧ୍ୟ ପଢନ୍ତୁ...ଶିଶୁ ସୈନିକଙ୍କ ସଚେତନତା, 'ସଡ଼କ ସୁରକ୍ଷା ପରିବାର ରକ୍ଷା'ର ଦେଲେ ବାର୍ତ୍ତା - Road Safety 

ଇଟିଭି ଭାରତ, ନୟାଗଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.