ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଦିନ ତମାମ ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ଓମାନ, କତାର ଓ ଅନ୍ୟାନ୍ୟ ଦେଶର ପ୍ରବାସୀ ଭାରତୀୟଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଓଡିଶାକୁ ସିଧାସଳଖ ବିମାନ ସଂଯୋଗ ନେଇ ପ୍ରବାସୀ ଭାରତୀୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ୟା ସମାଧାନ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
‘ପ୍ରବାସୀ ଦିବସ ପାଇଁ ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ’:
କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭାରତୀୟ ପ୍ରବାସୀ ଦିବସ ପାଇଁ ଚଳିତ ଥର ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛି । ଏହା ଦ୍ୱାରା ଓଡ଼ିଶାକୁ ସାରା ବିଶ୍ୱର ଲୋକ ଓ ପ୍ରବାସୀ ଭଲ ଭାବେ ଜାଣିବାର ସୁଯୋଗ ପାଇଲେ । ଓଡ଼ିଆ ଲୋକଙ୍କ ଆତିଥ୍ୟ ମଧ୍ୟ ଜାଣିବାକୁ ପାଇଲେ । ମୁଁ ଯେତେ ଲୋକଙ୍କୁ ଭେଟିଲାଣି ସମସ୍ତେ କହୁଛନ୍ତି ଏଠିକାର ଲୋକଙ୍କ ଆତିଥ୍ୟ ବହୁତ ଭଲ । ଏଠିକାର ଆତିଥ୍ୟକୁ ବୈଷୟିକ ସ୍ତରର ଅତିଥି ମାନେ ବହୁତ ପସନ୍ଦ କରିଛନ୍ତି । ଏଠିକାର ପରିବେଶକୁ ସେମାନେ ପସନ୍ଦ କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି ।"
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର:
କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶା ଏକ ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରିପାରିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି । ଓଡ଼ିଶାକୁ ଏହି ମର୍ଯ୍ୟାଦା ଆଣିଥିବାରୁ ଏବଂ ଓଡ଼ିଶାର ମାନ ସମ୍ମାନ ବଢ଼ାଇ ଥିବାରୁ ସେମାନଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱର ନେତା । ଯେଉଁ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଭାରତରୁ ଆରମ୍ଭ କରିଥିଲେ ସେହି କାମ ବିଶ୍ୱରର ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି । ଗୋଟିଏ ଗଛ ମାଆଙ୍କ ନାଁ'ରେ ଲଗାଇବା ତାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି । କାରଣ ବିଶ୍ୱର ନେତା ବିଶ୍ୱର କଥା ଭାବେ । ସେହିପରି ପ୍ରଧାନମନ୍ତ୍ରୀ ତାହା କରିଛନ୍ତି । ଗୋଟିଏ ଗୋଟିଏ ଗଛ ଲଗାଇ ବିଶ୍ୱ ପରିବେଶକୁ ସନ୍ତୁଳନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ । ଏହା ଏକ ସାଧୁ ଉଦ୍ୟମ ।"
ଓଡ଼ିଶା ହେଉଛି ଶାନ୍ତିର ମାଟି:
ସେ ଏହା ମଧ୍ୟ କହିଛନ୍ତି, "ଭାରତ ହେଉଛି ଐତିହ୍ୟ ଓ ପରମ୍ପରା ଏକ ଅପାର ଗନ୍ତାଘର । ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠଭୂମିରେ ବିରାସଦରେ ୟାକୁ ଦେଖାଇବା ପାଇଁ ବିଶ୍ଵ ସ୍ତରର ପର୍ଯ୍ୟଟକ ମାନେ ଆସନ୍ତୁ । ତାହା ପ୍ରବାସୀ ମାନେ ଭାରତର ଆମ୍ବାସଡ଼ର ଭାବେ କାମ କରନ୍ତୁ । ଏଇଟା ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି । ଏଥିପାଇଁ ଓଡ଼ିଶା ଆଜି ଖ୍ୟାତି ଅର୍ଜିଛି । ତେଣୁ ଯୁଦ୍ଧ ନୁହେଁ ବୁଦ୍ଧର ଆହ୍ୱାନ ଦେଇ ଆମର ବହୁତ ପୁରୁଣା ଐତିହାସିକ ତଥ୍ୟକୁ ଏବଂ ତାର ସମାଜରେ ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏବଂ ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶା ମର୍ଯ୍ୟାଦା ବଢ଼ାଇଛନ୍ତି । ବିଶ୍ୱର ଯୁବକ ମାନଙ୍କ ଦେଶ ହେଉଛି ଭାରତ । ଆଗମୀ ଦିନରେ ଯୁବକଙ୍କ କାନ୍ଧରେ ହିଁ ଭାରତର ନେତୃତ୍ୱ ଆଗକୁ ବଢିବ ।"
କାଲି ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଯାପନୀ:
ଆସନ୍ତାକାଲି ଉଦଯାପିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଗତକାଲି(ଜାନୁଆରୀ 8)ରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତାକାଲି(ଜାନୁଆରୀ 10) ଶେଷ ହେବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଉଦଘାଟନ କରିଥିଲେ । ଓଡ଼ିଶାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଆସନ୍ତାକାଲି ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ 27 ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ । 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଏଥର ଓଡ଼ିଶାର ଭୁବନେଶ୍ବରରେ ଆୟୋଜନ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର