ETV Bharat / state

ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା - POLICE MIRTA MURDER CASE

5 ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଦମ୍ପତି, ଜଣେ ସହଯୋଗୀ । ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ସନ୍ଦେହ ।

ପୋଲିସ ମିତ୍ର ହତ୍ୟାକାଣ୍ଡ: କାରଣ ପୂର୍ବ ଶତ୍ରୁତା, ମାଷ୍ଟରମାଇଣ୍ଡ ସହ ୫ ଗିରଫ
ପୋଲିସ ମିତ୍ର ହତ୍ୟାକାଣ୍ଡ: କାରଣ ପୂର୍ବ ଶତ୍ରୁତା, ମାଷ୍ଟରମାଇଣ୍ଡ ସହ ୫ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : 10 hours ago

ଭୁବନେଶ୍ବର: ରସୁଲଗଡରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଆଜି ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଦମ୍ପତି ହୋଇଥିବା ବେଳେ ସେମାନଙ୍କ ନାମ ରାକେଶ ନାୟକ ଓ ଲକି ନାୟକ । ଗତକାଲି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାର ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକ ଗିରଫ ହୋଇଥିବା ବେଳେ ଆଜିର ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପୂର୍ବ ଶତ୍ରୁତା ହିଁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

  • ୫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଦମ୍ପତି

ଆଜି ଡିସିପି ପିନାକ ମିଶ୍ର ପ୍ରେସମିଟ୍‌ କରି କହିଛନ୍ତି,‘‘ଏହି ବିଭତ୍ସ ହତ୍ୟାକାଣ୍ଡର ମାତ୍ର ୧୨ ଘଣ୍ଟା ଭିତରେ ପୋଲିସ୍‌ ଓ ସ୍ପେଶାଲ ସ୍କ୍ବାଡ୍‌ ତଦନ୍ତ କରି ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାଏକ ଓରଫ ବଣ୍ଟି, ତାର ପତ୍ନୀ ଲିପିକା ନାୟକ, ରକି ନାୟକ, ରାକେଶ ନାୟକ ଓ ତାର ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ସମସ୍ତଙ୍କୁ ଷଡଯନ୍ତ୍ର ଓ ହତ୍ୟା ମାମଲାରେ ଗିରଫ କରାଯାଇଛି । ପ୍ରାଥମିକ ଜେରା ପରେ କୋର୍ଟ ଚାଲାଣ କରାଯିବ ।’’

ପୋଲିସ ମିତ୍ର ହତ୍ୟାକାଣ୍ଡ: କାରଣ ପୂର୍ବ ଶତ୍ରୁତା, ମାଷ୍ଟରମାଇଣ୍ଡ ସହ ୫ ଗିରଫ (ETV Bharat Odisha)
  • ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ହତ୍ୟା : ଡିସିପି

ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଡିସିପି କହିଛନ୍ତି,‘‘ଏହି ଅଭିଯୁକ୍ତମାନଙ୍କ ସହ ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ପୂର୍ବ ଶତ୍ରୁତା ଥିଲା । ତେଣୁ ଏମାନେ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ହତ୍ୟାରେ ବ୍ୟବହୃତ ଏକାଧିକ ମାରଣାସ୍ତ୍ର ଓ ୪ଟି ମୋବାଇଲ ଫୋନ, ଅଭିଯୁକ୍ତମାନଙ୍କର ରକ୍ତଲଗା ପୋଷାକ, ଦୁଇଟି ବ୍ୟାଗ, ଦୁଇଟି ମୋଟରସାଇକେଲ ଓ କିଛି ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ୍‌ । ସେସବୁର ଯାଞ୍ଚ ଜାରି ରହିଛି । ଏଥିରେ ଆଉ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ୍‌ ସନ୍ଦେହ କରୁଛି । ସେହି ଦିଗରେ ତଦନ୍ତ ଚାଲିଛି ଓ ସେମାନଙ୍କୁ ଖୁବ ଶୀଘ୍ର ମଧ୍ୟ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’

ପୋଲିସ ମିତ୍ର ହତ୍ୟାକାଣ୍ଡ: କାରଣ ପୂର୍ବ ଶତ୍ରୁତା, ମାଷ୍ଟରମାଇଣ୍ଡ ସହ ୫ ଗିରଫ
ପୋଲିସ ମିତ୍ର ହତ୍ୟାକାଣ୍ଡ: କାରଣ ପୂର୍ବ ଶତ୍ରୁତା, ମାଷ୍ଟରମାଇଣ୍ଡ ସହ ୫ ଗିରଫ (ETV Bharat Odisha)
  • ଗଠନ ହୋଇଥିଲା ୩ଟି ଟିମ୍‌

ଡିସିପି କହିଛନ୍ତି,‘‘ ଏହି ମାମଲାରେ ଭୁବନେଶ୍ବର ପୋଲିସ ପକ୍ଷରୁ 3ଟି ଟିମ୍‌ ଗଠନ କରାଯାଇଥିଲା । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡିର ନମ୍ବରରୁ ପ୍ରଥମେ ସେମାନଙ୍କ ସମ୍ପର୍କରେ ଜଣାପଡିଥିଲା । ପୋଲିସ ଟିମ୍‌ ଏକାଧିକ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ସଫଳତା ସହ ଗିରଫ କରିଛି । ପ୍ରଥମ ଦିନରେ ୩ ଜଣ ଓ ଆଜି ଦୁଇଜଣଙ୍କୁ ମିଶାଇ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ୧୨ ଘଣ୍ଟା ମଧ୍ୟରେ ସ୍ପେଶାଲ ସ୍କ୍ବାଡ ଓ ମଞ୍ଚେଶ୍ବର ଥାନା ପୋଲିସର ଟିମ୍‌ ସମସ୍ତ ୫ ଅଭିଯୁକକ୍ତଙ୍କୁ ଗିରଫ କରିପାରିଛି । ଆହୁରି ମଧ୍ୟ କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସେହି ଦିଗରେ ତଦନ୍ତ ଜାରି ରହିଛି ।’’

ଏହା ମଧ୍ୟ ପଢନ୍ତୁ:-

BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର

ଯାଜପୁର ସୁନା ଲୁଟ୍‌ ଓ ଗୁଳିକାଣ୍ଡ ଘଟଣା, ୨ ମୃତକଙ୍କୁ ସାହାସିକତା ପୁରସ୍କାର ଦାବି

  • ନିକଟରେ ଜେଲରୁ ଫେରିଥିଲା ମହିଳା ଅଭିଯୁକ୍ତ ଲିପିକା

ଡିସିପି କହିଛନ୍ତି,‘‘୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳା ଅଭିଯୁକ୍ତର ଅପରାଧିକ ରେକର୍ଡ ରହିଥିବା ଜଣାପଡିଛି । ଗତକାଲି ଗିରଫ ହୋଇଥିବା ଲିପିକା ନାୟକ ପୂର୍ବରୁ ଏକ ଅବକାରୀ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା । ସେ ଚଳିତମାସ ୫ ତାରିଖରେ ଜେଲରୁ ଫେରିଥିବା ପୋଲିସ ଜାଣିବାକୁ ପାଇଛି । ସମସ୍ତ ଅଭିଯୁକ୍ତଙ୍କର ଅପରାଧିକ ପୃଷ୍ଠଭୂମି ମଧ୍ୟ ଯାଞ୍ଚ କରାଯାଉଛି । ପୂର୍ବରୁ ଏମାନଙ୍କ ନାମରେ କ’ଣ ଓ କେଉଁ ଥାନାରେ ଅପରାଧିକ ମାମଲା ଥିଲା, ତାର ତଥ୍ୟ ପ୍ରମାଣ ଖୋଜିବା ଜାରି ରଖିଛି ପୋଲିସ ।’’

ଏହା ମଧ୍ୟ ପଢନ୍ତୁ:-

ରସୁଲଗଡ ବୀଭତ୍ସ ହତ୍ୟାକାଣ୍ଡ, ଧରାପଡିଲେ 3 ଅଭିଯୁକ୍ତ - RASULGARH MURDER CASE

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

  • ୮ ତାରିଖ ସକାଳେ ରାଜପଥ ଉପରେ କରିଥିଲେ ବୀଭତ୍ସ ହତ୍ୟା

ଏଠାରେ ସୂଚନାଯୋଗ୍ୟ ଯେ, ବୁଧବାର (8 ତାରିଖ) ରସୁଲଗଡ ଓଭରବ୍ରିଜ ଉପରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ସହଦେବ ଏକ ସ୍କୁଟିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ବାଇକରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଧାରୁଆ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାର କିଛି ମିନିଟ୍‌ ପରେ ରାସ୍ତା ଉପରେ ମୃତଦେହ ପଡିଥିବା ବେଳେ ଦୁଇଜଣ ହେଲମେଟ୍‌ ପିନ୍ଧା ଅଜ୍ଞାତ ବ୍ୟକ୍ତି ଏକ ବାଇକରେ ଆସି ନିକଟରେ ପଡିଥିବା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଧରି ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ହତ୍ୟାର ଶିକାର ହୋଇଥିବା ସହଦେବ ନାୟକ ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ନେତୃତ୍ବ ନେଉଥିବା ବେଳେ ପୂର୍ବରୁ ଜଣେ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.