ଓଡ଼ିଶାରେ ଗ୍ରୀନ ୟୁନିଭରସିଟି ପାଇଁ ପ୍ରସ୍ତାବ ରଖିବେ ପ୍ରବାସୀ ଭାରତୀୟ - PROPOSAL FOR GREEN UNIVERSITY
🎬 Watch Now: Feature Video
Published : Jan 8, 2025, 10:32 PM IST
ଭୁବନେଶ୍ବର: ଓଡ଼ିଶାରେ ଗ୍ରୀନ ଏକାଡେମୀ, ଗ୍ରୀନ ବ୍ୟାଙ୍କିଂ ଏବଂ ଗ୍ରୀନ ୟୁନିଭରସିଟି ପ୍ରତିଷ୍ଠା କରିବା ପାଇଁ ପ୍ରସ୍ଥାବ ରଖିବେ ଜଣେ ପ୍ରବାସୀ ଭାରତୀୟ । ଆୟୋଜିତ ପ୍ରବାସୀ ଭାରତୀୟ ଦିବସରେ ସାମିଲ ହୋଇଥିବା ପ୍ରବାସୀ ଭାରତୀୟ ଆର୍ ସୀତା ରମଣ ଭାରତ ବର୍ଷରେ ଗ୍ରୀନ ବିପ୍ଳବ ଓଡିଶାରୁ ଆରମ୍ଭ କରିବା ପାଇଁ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ।
ଗ୍ରୀନ ରିଭଲ୍ୟୁସନ:
ସେ କହିଛନ୍ତି," ଓଡିଶା ଏକ ସୁନ୍ଦର ସ୍ଥାନ। ମୁଁ ମୋ ପରିବାର ଓଡିଶା ପ୍ରେମରେ । ଓଡ଼ିଶାର ଐତିହ୍ୟ, ଓଡ଼ିଶାର ଖାଦ୍ୟ ସମ୍ଭାର ,କଳା ସଂସ୍କୃତି ମହାନ। ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଭାରତର ଆର୍ଥିକ ଅଭିବୃଦ୍ଧି ହେଉ । ଅର୍ଥନୈତିକ ପରିବର୍ତ୍ତନ ପାଇଁ ଗ୍ରୀନ ରିଭଲ୍ୟୁସନ ଆବଶ୍ୟକ । ସବୁଜ ଶକ୍ତି ,ସବୁଜ ପରିବେଶ ଉପରେ କାର୍ଯ୍ୟ କରିବାକୁ ଇଚ୍ଛା ରହିଛି । ଓଡ଼ିଶାରେ ଗ୍ରୀନ ୟୁନିଭରସିଟି ପାଇଁ ପ୍ରସ୍ତାବ ରଖିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସବୁଜ ବାତାବରଣ ସୃଷ୍ଟି କରିବି ।"
ସେ ଆହୁରି ମଧ୍ୟ କହିଛନ୍ତି,"ପ୍ରବାସୀ ଭାରତୀୟମାନେ ଗ୍ରୀନ ଇଣ୍ଡିଆ ପାଇଁ ପୁଞ୍ଜିନିବେଶ କରିପାରିବେ । ଓଡ଼ିଶାରେ ଗ୍ରୀନ ବ୍ୟାଙ୍କିଂ, ଗ୍ରୀନ ଇଣ୍ଡିଆ,ଗ୍ରୀନ ଏକାଡେମୀ,ଗ୍ରୀନ ୟୁନିଭରସିଟି, ସୁସ୍ଥ ପରିବେଶ ଇତ୍ୟାଦି ଚାହୁଁ । ଓଡିଶା ସରକାର ଜାଗା ଯୋଗାଇ ଦେବେ।ପୁଞ୍ଜି ନିବେଶ ପାଇଁ ଅନୁକୂଳ ସ୍ଥିତି ରହିଛି । ଶିକ୍ଷା କ୍ଷେତ୍ରରେ ବୃହତ୍ ସ୍କୋପ ରହିଛି । ଭାରତରେ ଜନ୍ମ, ଓଡ଼ିଶାରୁ ପିଏଚଡି ଏବଂ ଦୁବାଇ ହେଉଛି କର୍ମକ୍ଷେତ୍ର।ଭାରତ ଆଗକୁ ବିଶ୍ୱ ଗୁରୁ ହେବାକୁ ଯାଉଛି । ଜି 20 ସମ୍ମିଳନୀରେ ଭାରତର ଶକ୍ତି ପ୍ରଦର୍ଶନ ହୋଇଛି । ଭାରତୀୟ କଳା ,ସଂସ୍କୃତି,ଐତିହ୍ୟ ମହାନ । ଅର୍ଥନୈତିକ କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି ଘଟିବ ।"
ଏହା ମଧ୍ୟ ପଢନ୍ତୁ...‘ପୂର୍ବ ଭାରତର ଅର୍ଥନୈତିକ ହବ ହେବ ଓଡ଼ିଶା’ - PRAVASI BHARATIYA DIVAS
ଇଟିଭି ଭାରତ, ଭୁବନେଶ୍ବର