ଲୋକଙ୍କ ସମସ୍ୟା ସାମ୍ନାକୁ ଆଣୁଛି ଇଟିଭି ଭାରତ, ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ - INTERVIEW WITH MINISTER JUAL ORAM

🎬 Watch Now: Feature Video

thumbnail

By ETV Bharat Odisha Team

Published : 9 hours ago

ଭୁବନେଶ୍ବର:  ଇଟିଭି ଭାରତ ପ୍ରଶଂସାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଜୁଏଲ ଓରାମ । ଲୋକଙ୍କ ସମସ୍ଯାକୁ ଲୋକଲୋଚନକୁ ଆଣିଥିବାରୁ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ଜୁଏଲ ଓରାମ । ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

"ଆଜି ବୁଦ୍ଧ ଦରକାର ଯୁଦ୍ଧ ନୁହେଁ । ଓଡ଼ିଶାର କଳା,ସଂସ୍କୃତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଦେଖାଇବା ଆବଶ୍ୟକ । ଆସିଥିବା ଅତିଥିମାନେ ଆମ ରାଜ୍ୟର କଳା,ସଂସ୍କୃତି ଏବଂ ବାଣିଜ୍ୟକୁ ଦେଖିବେ । ଯାହା ଓଡ଼ିଶା ପାଇଁ ଲାଭ ଦାୟକ ହେବ ଏବଂ ଓଡ଼ିଶାବାସୀଙ୍କୁ ଆଗକୁ ବଢିବାରେ ସହାଯ୍ୟ କରିବ ।" ପ୍ରାବାସୀ ଭାରତୀୟ ଦିବସ ଉଦଘାଟନ ଉତ୍ସବରେ ଇଟିଭି ଭାରତକୁ ଏଭଳି କହିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ।

ଇଟିଭି ଭାରତକୁ ଭୂରିଭୂରି ପ୍ରଶଂସା: 

ସେ ଏହା ମଧ୍ୟ କହିଛନ୍ତି,"ଇଟିଭି ଏକ ବହୁତ ବଢିଆ ଟିଭି । ପ୍ରଥମେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ଭାଷାରେ ଚ୍ୟାନେଲ୍ ରହିଛି । ଗଣମାଧ୍ୟମ ହିସାବରେ ଲୋକଙ୍କ ସମସ୍ୟାକୁ ପରିବେଷଣ କରୁଥିବାରୁ ମୁଁ ଧନ୍ୟବାଦ ଦେଉଛି ।"
 

ଡବଲ ଇଞ୍ଜିନ,ଡବଲ ସ୍ପିଡ:

ସେ ଆହୁରି ମଧ୍ୟ କହିଛନ୍ତି,"ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ତିନି ଥର ଓଡ଼ିଶା ଆସିବା ଏବଂ ରାଷ୍ଟ୍ରପତି ଆସିବା । ଏହାର ଅର୍ଥ ହେଉଛି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ଦ୍ରୁତ ପ୍ରଗତି ହେବ । ଡବଲ ଇଞ୍ଜିନ,ଡବଲ ସ୍ପିଡରେ ଚାଲିବ। ଶିକ୍ଷା,ସ୍ୱାସ୍ଥ୍ୟ,କୃଷି ଏବଂ ବୈଷୟିକ ଆଦି କ୍ଷେତ୍ରରେ ଦେଶର ବିକାଶ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ...ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ - CM MOHAN MAJHI EXCLUSIVE INTERVIEW 

ଏହା ମଧ୍ୟ ପଢନ୍ତୁ...ମରିସିଅସରୁ ଆସିଛି ମୁଁ ମହାପ୍ରଭୁଙ୍କ ଭକ୍ତ...ଜାଣନ୍ତୁ କିଏ ଏହି ବ୍ୟକ୍ତି - PRAVASI BHARATIYA DIVAS 

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ - PRAVASI BHARATIYA DIVAS


ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.