ETV Bharat / state

ମହଲତ ଦେଲେ ସରକାର, ଜାନୁଆରୀ 31 ସୁଦ୍ଧା E-KYC ନକଲେ କଟିଯିବ ରାସନକାର୍ଡ - EKYC VERIFICATION

ଏବେ ସୁଦ୍ଧା କରିନାହାନ୍ତି ପ୍ରାୟ ୪୯ ଲକ୍ଷ । ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ଫୋନରେ ଅବଗତ କରୁଛନ୍ତି ସରକାର । ସର୍ଭେ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ କାର୍ଡ ।

ମହଲତ ଦେଲେ ସରକାର, ଜାନୁଆରୀ 31 ସୁଦ୍ଧା e-kyc ନକଲେ କଟିବ ରାସନକାର୍ଡ
ମହଲତ ଦେଲେ ସରକାର, ଜାନୁଆରୀ 31 ସୁଦ୍ଧା e-kyc ନକଲେ କଟିବ ରାସନକାର୍ଡ (File pic)
author img

By ETV Bharat Odisha Team

Published : 8 hours ago

ଭୁବନେଶ୍ବର: ରାସନକାର୍ଡ ଭେରିଫିକେସନ୍‌ ପାଇଁ ହିତାଧିକାରୀଙ୍କୁ ମହଲତ୍‌ ଦେଲେ ରାଜ୍ୟ ସରକାର । ଚଳିତମାସ (ଜାନୁଆରୀ) ୩୧ ତାରିଖ ସୁଦ୍ଧା e-kyc ନକଲେ କଟିଯିବ ରାସନ କାର୍ଡ୍‌ । ଅପଡେଟେସନ୍‌ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଏବେ ସୁଦ୍ଧା ପ୍ରାୟ ୪୯ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି । ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଯାଉଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

  • ଏବେ ସୁଦ୍ଧା ଅପଡେଟ କରିନାହାନ୍ତି ୪୯ ଲକ୍ଷ

ମୋହନ ମାଝୀ ସରକାର ଆସିବା ପରେ ସରକାରୀ ବଣ୍ଟନ ବ୍ୟବସ୍ଥାରେ ଥିବା ଭୂତ ହିତାଧିକାରୀ ବା ମୃତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ‘ପିଡିଏସ’ ବ୍ୟବସ୍ଥାରେ ସରକାରୀ ରାସନ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ଇ-କେଓ୍ବାସି ମାଧ୍ୟମରେ ସେମାନଙ୍କ ବାୟୋମେଟ୍ରିକ୍‌ ତଥ୍ୟ ଅପଡେଟ୍ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପ୍ରାୟ ଗତ ୨ ମାସରୁ ଊର୍ଦ୍ଧ୍ବ ହେବ ଏହି ପ୍ରକ୍ରିୟା ଜାରି ରହିଛି । ତେବେ ଏହାର ଶେଷ ଅବଧିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏନେଇ ନିଜେ ଯୋଗାଣ ମନ୍ତ୍ରୀ ବଡ ଅପଡେଟ୍‌ ଦେଇଛନ୍ତି । ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାୟ ପଞ୍ଜୀକୃତ ହିତାଧିକାରୀଙ୍କୁ ମଧ୍ୟରୁ ପ୍ରାୟ ୪୯ ଲକ୍ଷ ହିତାଧିକାରୀ ଅପଡେଟ କରିନଥିବା ବେଳେ ଜାନୁଆରୀ ୩୧ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ E-KYC ଶେଷ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:- ରାସନ କାର୍ଡକୁ ନେଇ ବଡ଼ ଖବର, ବାଦ୍ ପଡ଼ିବେ ବାଂଲାଦେଶୀ ଶରଣାର୍ଥୀ - BANGLADESHI EXEMPT FROM RATION CARD

  • ଯୋଗ୍ୟ ହିତାଧିକାରୀ ପାଇବେ ନୂଆ କାର୍ଡ

ଏବେ ସୁଦ୍ଧା ଏହି ପ୍ରକ୍ରିୟାରେ ପ୍ରାୟ ୪୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଏହି ଅପଡେଟେସନ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ମୋଟ କେତେ ଅଯୋଗ୍ୟ ବାଦ ପଡିଲେ ଓ କେତେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ, ସେନେଇ ସରକାର ଆକଳନ ସ୍ପଷ୍ଟ କରିପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.