ସଫଳ ଚାଷୀଙ୍କ ଗାଁ: ବର୍ଷସାରା ଫଳାନ୍ତି କୋବି - ଫୁଲକୋବି
🎬 Watch Now: Feature Video
ଅନୁଗୋଳ: ଯୁଆଡ଼େ ଦେଖିଲେ ଫୁଲ କୋବିର କ୍ଷେତ । କ୍ଷେତରେ ସତେଜ କୋବିର ସମ୍ଭାର । ଦେଖିଲେ ଆଖି ଲାଖିଯାଉଛି । ସକାଳୁ ସଂଜ ଯାଏ କ୍ଷେତରେ ଭିଡ଼ । ପୁରୁଷ, ମହିଳା, ପିଲାଛୁଆ ସମସ୍ତେ କାମରେ ବ୍ୟସ୍ତ। ପୁରୁଷ ପୁରୁଷ ଧରି ଚାଲି ଆସିଛି କୋବି ଚାଷ । ଏହି ଚାଷ ହିଁ ସେମାନଙ୍କ ଜୀବନ ଜୀବିକା ସବୁକିଛି । ଏଭଳି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲାର କୁଲେଇ ଯେଉଁଠି ବର୍ଷର ସବୁ ସମୟରେ କେବଳ ଫୁଲ କୋବି ଚାଷ କରାଯାଉଛି ।