ETV Bharat / state

ଶାଢୀ ପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା - PATATHON IN BHUBANESWAR

ଶିକ୍ଷା ସହ ଓଡ଼ିଶାର ବୁଣାକାର ଓ ସମୃଦ୍ଧକଳାର ପ୍ରଚାର ପ୍ରସାରକୁ ନେଇ କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଏହି ପାଟାଥାନ ଅନୁଷ୍ଠିତ ହେଉଛି । ଆଜି ଥିଲା ପାଟାଥନ 2.0 ।

ଶାଢୀପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା
ଶାଢୀପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା (ETV Bharat)
author img

By ETV Bharat Odisha Team

Published : Jan 25, 2025, 6:08 PM IST

ଭୁବନେଶ୍ବର: ଶାଢ଼ୀ ପିନ୍ଧି ମାରାଥନରେ ଦୌଡିବା ସମ୍ଭବ କି ? ଆଜିର ସମୟରେ ଏ କଥାକୁ ସମ୍ଭବ କରି ଦେଖାଇଛନ୍ତି 6 ହଜାର ମହିଳା । କୁହାଯାଏ ନାରୀ ସୌନ୍ଦର୍ଯ୍ୟର ଏକ ସ୍ୱତନ୍ତ୍ର ପରିପାଟୀ ଓ ପରିଚୟ ହେଉଛି ଶାଢ଼ୀ। ଯାହା ଆମ କଳା, ସଂସ୍କୃତି ଓ ପରମ୍ପରାର ନିଦର୍ଶନ। ସେହି ନିଦର୍ଶନକୁ ନେଇ ଭୁବନେଶ୍ୱରରେ ଘନ କୁହୁଡିର ଚାଦର ଭିତରେ ପାଟ ଶାଢୀ ପିନ୍ଧି ଦୌଡିଛନ୍ତି ମହିଳା । ପାଟାଥନରେ ସାମିଲ ହୋଇଛନ୍ତି ୬ ହଜାର ମହିଳା। କେବଳ ମହିଳା ନୁହେଁ କୁନି କୁନି ଛୁଆମାନେ ବି ଏହି ପାଟାଥାନରେ ଦୌଡ଼ିଛନ୍ତି। ଆଜି ଥିଲା ପାଟାଥନ 2.0 । ଶିକ୍ଷା ସହ ଓଡ଼ିଶାର ବୁଣାକାର ଓ ସମୃଦ୍ଧକଳାର ପ୍ରଚାର ପ୍ରସାରକୁ ନେଇ କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଏହି ପାଟାଥାନ ଅନୁଷ୍ଠିତ ହେଉଛି ।

ଶାଢୀପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା (ETV Bharat)
  • ପାଟ ଶାଢୀ ପିନ୍ଧି ଦୌଡିଲେ 6 ହଜାର ମହିଳା

କିଟ୍‌ ଓ କିସ୍‌ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରିଥାଏ । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯାଇଥିଲା । ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ବିତୀୟ ସଂସ୍କରଣରେ ୬ ହଜାର ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ। ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ପରି ମହାନ ଉଦେଶ୍ୟକୁ ଚରିତ୍ରାର୍ଥ କରିବା ପାଇଁ ଏହି ପାଟାଥନରେ ଦୌଡ଼ିଥିଲେ ମହିଳା। କିସ୍ସ ର ମହିଳା କର୍ମଚାରୀଙ୍କ ସହ ଅନ୍ୟ ସହରର ମହିଳାମାନେ ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡ଼ିଥିଲେ। ଏହି ଦୌଡରେ ରାଉରକେଲାର କିରଣ ମାହାତୋ ପ୍ରଥମ ପୁରସ୍କାର ସହ ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦ୍ବିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ କଟକର ତେଜସ୍ଵିନୀ କିସପଟ୍ଟା ଓ ସସ୍ମିତା ବେହେରା ୪୦ ହଜାର ଓ ୩୦ ହଜାର ଲେଖାଏଁ ଟଙ୍କା ପୁରସ୍କାର ଜିତିଥିଲେ।

ଶାଢୀପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା
ଶାଢୀପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା (ETV Bharat)

ତେବେ କେବଳ ଶିକ୍ଷା ଓ ହସ୍ତତନ୍ତର ପ୍ରଚାର ପ୍ରସାର ନୁହେଁ ବରଂ ଏକା ସାଙ୍ଗରେ ଏତେ ସଂଖ୍ୟକ ମହିଳା ପାଟଶାଢ଼ୀ ପିନ୍ଧି ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିଛନ୍ତି । ବିଭିନ୍ନ ରଙ୍ଗର ଶାଢ଼ୀ ପିନ୍ଧି ମହିଳାମାନେ ଦୌଡୁଥିବା ବେଳେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଭଳି ଗୋଟିଏ ଧାଡିରେ ଇନ୍ଦ୍ରଧନୁର ସାତ ରଙ୍ଗ ସଜେଇ ହୋଇଥିଲା । ମହିଳାମାନେ ମଧ୍ୟ ଏପରି ନିଆରା ମାରାଥାନରେ ପ୍ରତିଯୋଗୀ ହୋଇ ବେଶ ଖୁସି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି, ଆଲର୍ଟ ଭିତରେ ୧୫ ଜିଲ୍ଲା

ଏହା ମଧ୍ୟ ପଢନ୍ତୁ ଓଡ଼ିଶା ଉପକୂଳରେ ଉଡିବ ତ୍ରିରଙ୍ଗା, ୧୦ଟି ଦ୍ବୀପରେ ପୋଲିସର ପ୍ରସ୍ତୁତି

  • ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ପାଟାଥନ

ଆଜି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ବିଏମସି ମେୟର ସୁଲୋଚନା ଦାସ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ , ଆଥଲେଟ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳପତି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଉତ୍ସାହିତ ଓ ପୁରସ୍କାର ପ୍ରଦାନ କରିଥିଲେ। ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ୨୦୧୬ ମସିହାରୁ ଏହା ଆୟୋଜିତ ହୋଇଆସୁଛି।

  • ଶାଢୀ ପିନ୍ଧି ମହିଳା ସବୁ କିଛି କରିପାରେ

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ସୁରମା ପାଢୀ କହିଛନ୍ତି ‘‘ସମସ୍ତଙ୍କ ପାଇଁ ଶିକ୍ଷା ଏହି ବାର୍ତ୍ତା । ଏହି ପ୍ରେରଣା ଯୋଗାଇ ଦେବା ପାଇଁ ମହିଳା ମାନେ ବୁଣାକାର ମାନଙ୍କଦ୍ୱାରା ପ୍ରସ୍ତୁତ ସୁନ୍ଦର ସୁନ୍ଦର ଶାଢ଼ୀ ପିନ୍ଧି ଆଜି ପାଟାଥାନରେ ଦୌଡିଛନ୍ତି। ଯାହା ବୁଣାକାର ମାନଙ୍କର କୃତିର ପ୍ରଦର୍ଶନ ସହ ବୁଣାକାର ଓ ପରୋକ୍ଷରେ ବୁଣାକାର ମାନଙ୍କ ଦ୍ୱାରା ଯୋଡି ହେଉଥିବା ଲୋକଙ୍କୁ ରୋଜଗାର ଯୋଗାଇଛି । ଆଉ ତାଙ୍କ ବୃତ୍ତିକୁ ବିଶ୍ୱରେ ପ୍ରତିପାଦିତ କରିବା ଲକ୍ଷ୍ୟ ରଖିଛି। ଶାଢ଼ୀ ମହିଳାର ଏକ ସୁନ୍ଦର ଆଭୂଷଣ । ଯାହା ଆମ କଳା ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ନିଦର୍ଶନ । ତାକୁ ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କ ପାଇଁ ଶିକ୍ଷାର ବାର୍ତ୍ତା ବାଣ୍ଟିବା କିଟ ଓ କିସର ଏହି କାର୍ଯ୍ୟକ୍ରମ ଅନନ୍ୟ । ଯାହା ପ୍ରତିଟି ମହିଳାକୁ ସୁନ୍ଦର କରିଛି ଆଉ ସଶକ୍ତର ଏକ ନିଦର୍ଶନ ଦେଖାଇଛି ଯେ ମହିଳା ଟିଏ ଶାଢ଼ୀ ପିନ୍ଧି ବି ସବୁକିଛି କରିପାରେ’’।

‘‘ଏଇଟା ଏକ ପ୍ରତିଯୋଗିତା ନୁହେଁ । ବରଂ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟକୁ ପ୍ରକାଶ କରିବା ପାଇଁ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦେବି । ସଜେଇ ହେବାକୁ ସବୁ ମହିଳାଙ୍କୁ ଭଲ ଲାଗେ । ଆଉ ପାଟ ଶାଢୀ ପିନ୍ଧି ମହିଳା ଦୌଡିବା ଛୋଟ କଥା ନୁହେଁ । ସେଥିଲାଗି ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ମଧ୍ୟ ରହିଛି’’ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

  • ବିଦେଶରେ ଶାଢୀ ପିନ୍ଧି ଦୌଡିଥିଲେ ଓଡିଆ ଝିଅ

ପୂର୍ବରୁ ବିଦେଶରେ କମାଲ କରିଛନ୍ତି ଓଡିଆ ଝିଅ ମଧୁସ୍ମିତା ଜେନା । ଓଡ଼ିଶାର ବୁଣାକାରଙ୍କ ପ୍ରସ୍ତୁତ ଓଡିଆ ବର୍ଣ୍ଣମାଳା ଖଚିତ ଖଣ୍ଡୁଆ ପାଟ ଶାଢୀ (5 1/2 yard)ପିନ୍ଧି ବର୍ଲିନ୍ ମାରାଥନରେ ଅଂଶଗ୍ରହଣ କରି ଚର୍ଚ୍ଚାରେ ଥିଲେ ମଧୁସ୍ମିତା ଜେନା । ଏହାଥିଲା ମଧୁସ୍ମିତାଙ୍କ 40 ତମ ମାରାଥନ ଦୌଡ । ଏହି ମାରାଥନକୁ ମଧୁସ୍ମିତା 4 ଘଣ୍ଟା 16 ମିନିଟରେ ସଫଳତାର ସହିତ ପୂର୍ଣ୍ଣ କରିଥିଲେ । ସେ ବର୍ଲିନ ମାରାଥନକୁ ଇଂଲଣ୍ଡ ମାଞ୍ଚେଷ୍ଟର ମାରାଥନ ଦୌଡ ଠାରୁ 34 ମିନିଟ କମ୍ ସମୟ ନେଇ ପୂର୍ଣ୍ଣ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.