ETV Bharat / bharat

ମଦ୍ୟପ ସ୍ବାମୀଙ୍କ ଅତ୍ୟାଚାର ହେଲା ଅତିଷ୍ଠ, ପରସ୍ପରକୁ ବିବାହ କଲେ ଦୁଇ ମହିଳା - SAME SEX MARRIAGE

ସ୍ବାମୀକୁ ଛାଡି ପରସ୍ପରର ହାତ ଧରିଛନ୍ତି ଉତ୍ତର ପ୍ରଦେଶ ଗୋରଖପୁରର ଦୁଇ ମହିଳା ।

Representational Image
Representational Image (ETV Bharat)
author img

By ETV Bharat Odisha Team

Published : Jan 25, 2025, 7:13 PM IST

ଗୋରଖପୁର: ମାନିଲେନି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ନିଜ ଇଚ୍ଛାରେ ମନ ପସନ୍ଦର ସାଥୀ ବାଛିଲେ ମହିଳା । ମନ୍ଦିରରେ ବରଣମାଳା ପିନ୍ଧାଇ ଜୀବନସାଥୀ କଲେ । ଉଭୟ ଉଭୟଙ୍କ ସ୍ବାମୀକୁ ଛାଡି ପରସ୍ପରର ହାତ ଧରିଛନ୍ତି ଉତ୍ତର ପ୍ରଦେଶ ଗୋରଖପୁରର ଦୁଇ ମହିଳା ।

  • ମଦ୍ୟପ ସ୍ବାମୀଙ୍କ ପାଇଁ ବାହା ହେଲେ

ମଦ୍ୟପ ସ୍ବାମୀଙ୍କ ଅତ୍ୟାଚାର ହେଲା ଅତିଷ୍ଠ । ଯେଉଁଥିପାଇଁ ଘର ଛାଡି ପରସ୍ପରକୁ ଜୀବନସାଥୀ କରିଛନ୍ତି ଦୁଇ ମହିଳା । ଦୁହିଁଙ୍କ ସ୍ବାମୀ ସବୁବେଳେ ମଦ ପିଇ ନିଶାସକ୍ତ ରହୁଥିଲେ । କବିତା ଓ ଗୁଞ୍ଜ ଓରଫ ବବଲୁ ଉତ୍ତର ପ୍ରଦେଶର ଦେଓରିଆରେ ଥିବା ଛୋଟ କାଶି ରୂପେ ଜଣାଶୁଣା ଏକ ଶିବ ମନ୍ଦିରରେ ବିବାହ କରିଛନ୍ତି । ମନ୍ଦିରରେ ଗୁଞ୍ଜା ବରର ଭୂମିକା ନେଇଥିଲେ । ସେ କନ୍ୟା କବିତା ମୁଣ୍ଡରେ ପ୍ରଥମେ ସିନ୍ଦୂର ଦେବା ପରେ ତାଙ୍କ ଗଳାରେ ମାଳ ପିନ୍ଧାଇ ସାତ ଫେରା ନେଇଥିଲେ ।

ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରେ ଜାଣିବାକୁ ପାଇଥିଲେ। ଇନଷ୍ଟାଗ୍ରାମ ବନ୍ଧୁତା ଉଭୟଙ୍କୁ ଆହୁରି ନିକଟତର କରିଥିଲା । ତେବେ ଦୁହିଁଙ୍କ ନିତିଦିନିଆ କାହାଣୀ ସମାନ ଥିବାରୁ ସେମାନେ ପରସ୍ପରର ନିକଟତର ହୋଇଥିଲେ । ଦୁହେଁ ଘରୋଇ ହିଂସାର ଶିକାର ହେଉଥିଲେ । ମଦ୍ୟପ ସ୍ବାମୀଙ୍କ ଯୋଗୁଁ ପ୍ରତିଦିନ ମାରପିଟ୍‌ ଓ କଳି ଝଗଡାରେ ଉଭୟଙ୍କ ସଂସାର ଚାଲୁଥିଲା । ଗୁଞ୍ଜା କହିଛନ୍ତି ‘‘ଆମେ ପ୍ରତିଦିନ ମଦ୍ୟପ ସ୍ବାମୀଙ୍କ ଯୋଗୁଁ ପ୍ରତାଡିତ ହେଉଥିଲୁ । ଏଥିପାଇଁ ଆମେ ଶାନ୍ତି ଓ ପ୍ରେମର ରାସ୍ତା ବାଛିଲୁ । ଆମେ ଗୋରଖପୁରରେ ଦମ୍ପତିଙ୍କ ଭଳି ରହିବୁ । ଏଠାରେ ରହି ବଞ୍ଚିବା ପାଇଁ କିଛି ନା କିଛି କାମ ଯୋଗାଡ କରି ସଂସାର ଚଳାଇବୁ । ଦୁହେଁ ଏବେ ଗୋରଖପୁରରେ ଏକ ଭଡା ଘର ଖୋଜୁଛୁ। ସେଠାରେ ଆଉ ଥରେ ନିଜ ସଂସାର ଆରମ୍ଭ କରିବୁ’’ ।

ମନ୍ଦିର ପୂଜକ ଉମା ଶଙ୍କର ପାଣ୍ଡେ କହିଛନ୍ତି ‘‘ଏହି ମହିଳା ଦୁଇ ଜଣ ମନ୍ଦିର ପାଖରୁ ସିନ୍ଦୂର ଓ ଫୁଲମାଳ କିଣିଲେ । ଏହାପରେ ରୀତିନୀତି ଅନୁସାରେ ବିବାହ କଲେ । ବିବାହ ପରେ ଉଭୟ ଏଠାରୁ ଚୁପଚାପ୍‌ ଚାଲି ଯାଇଛନ୍ତି’’ ।

ଏହା ମଧ୍ୟ ପଢନ୍ତୁ ଶାଢୀ ପିନ୍ଧି ମାରାଥନ ଦୌଡିଲେ ୬ ହଜାର ମହିଳା

ଏହା ମଧ୍ୟ ପଢନ୍ତୁ ‘କେରେଙ୍ଗ’ ବସ୍ତ୍ରକୁ ମିଳିବ ନୂଆ ପରିଚୟ, ଦିଲ୍ଲୀ ଗସ୍ତରେ ୨ ଗାଦବା ମହିଳା

  • ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ ନିଷ୍ପତ୍ତି

ଭାରତରେ ସମଲିଙ୍ଗୀ ବିବାହକୁ ବେଆଇନ କୁହାଯାଇଛି । 17 ଅକ୍ଟୋବର, 2023ରେ ସମଲିଙ୍ଗୀ ବିବାହ ବିରୋଧରେ ରାୟ ପ୍ରକାଶ କରିଥିଲେ । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଲେ ନାହିଁ ସର୍ବୋଚ୍ଚ ନ୍ୟାୟାଳୟ । ବରଂ ସଂସଦ ଉପରେ ଛାଡିଲେ ନିଷ୍ପତ୍ତି । ସଂସଦ ଆଇନ ନ ଆଣିବା ଯାଏ ସ୍ବୀକୃତି ମିଳିବ ନାହିଁ । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ । ଜୀବନସାଥୀ ବାଛିବା ଜୀବନରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ଦେଶରେ ସମଲିଙ୍ଗୀ ସମ୍ପର୍କରେ ଗ୍ରହଣୀୟତା ବଢିଛି । ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀ ବିଷୟରେ ଲୋକଙ୍କୁ ବୁଝାଇବେ । ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଥିଲେ । 18 ସମଲିଙ୍ଗୀ ଯୋଡ଼ିଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ଏହି ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାଗୁଥିବା ଆବେଦନକାରୀଙ୍କ ଯୁକ୍ତିକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ କୋର୍ଟ ବିରୋଧ କରିଥିଲେ । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଉ । ଦେଶରେ ପରିଚାଳିତ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ (SMA) 1954ରେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଉ ବୋଲି ଆବେଦନକାରୀ ଦାବି କରିଥିଲେ । ଗତ ଏପ୍ରିଲ 18 ତାରିଖରେ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଗତ ମେ' 11 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 21ଟି ପିଟିସନର ଏକାଠି ଶୁଣାଣି କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.