ETV Bharat / state

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା: ଶିଳ୍ପ ମନ୍ତ୍ରୀ - UTKARSH ODISHA 2025

କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସାମିଲ ହେବେ 7 ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି । 5 ଲକ୍ଷ କୋଟି ନିବେଶ ଆଶା ଥିବା କହିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।

ଭାରତ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ: ଶିଳ୍ପ ମନ୍ତ୍ରୀ
ଭାରତ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ: ଶିଳ୍ପ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 25, 2025, 7:36 PM IST

Updated : Jan 25, 2025, 9:02 PM IST

ଭୁବନେଶ୍ବର: ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡିଶା-2025’ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବ । ଭାରତର ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ଅଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ‘ଉତ୍କର୍ଷ ଓଡ଼ିଶା:ମେକ ଇନ ଓଡିଶା-2025’ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗଦେବେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ 7500 ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜିକରଣ କରିଛନ୍ତି । 16ଟି ଦେଶର କୂଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି.ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବେ । ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ୱିମେନ ଓଡ଼ିଶା ବା ‘ସୁଭଦ୍ରା’ ଯୋଜନା ଜରିଆରେ ସଶକ୍ତିକରଣ ବିଷୟରେ ଆଲୋଚନା ହେବ ।

ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା: ଶିଳ୍ପ ମନ୍ତ୍ରୀ (ETV Bharat Odisha)
  • ଉତ୍କର୍ଷ ଓଡ଼ିଶାରୁ 5 ଲକ୍ଷ କୋଟି ପୁଞ୍ଜିନିବେଶ ଆଶା :

ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା, ଅଣୁ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବ । ଭାରତର ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ହୋଇଛି । ନୂଆ ସରକାର ଆସିବାର 7 ମାସ ମଧ୍ୟରେ 159ଟି ଶିଳ୍ପ ପ୍ରକଳ୍ପକୁ ଆମେ ମଞ୍ଜୁରୀ ଦେଇଛୁ । 2 ଲକ୍ଷ 75 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିଛି । ଏଥିରେ 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ । ଏମଓୟୁ କରିବା ଓ ଗ୍ରାଉଣ୍ଡିଂ କରିବା ଭିନ୍ନ କଥା । ଆମେ ଯେତିକି ଏମଓୟୁ କରିବୁ ସେତିକି ଗ୍ରାଉଣ୍ଡିଂ ବି କରିବୁ । ଯେଉଁ ଶିଳ୍ପ ଜମି ନେଇ ଶିଳ୍ପ କରି ନାହାନ୍ତି ଆମେ ତାଙ୍କୁ ଚାପ ସୃଷ୍ଟି କରି ଶିଳ୍ପ ପ୍ରତିଷ୍ଠା ଚେଷ୍ଟା କରୁଛୁ । ଯେଉଁମାନେ ଶିଳ୍ପ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

  • ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ ହେବ ଓଡିଶା :

ଓଡିଶାକୁ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ ଇଂଜିନ ସରକାରଙ୍କ ଉଦ୍ୟମରେ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ 2025 ଆୟୋଜନ ହେଉଛି । ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଞ୍ଜୀନିବେଶ ଶିଖର ସମ୍ମିଳନୀ । ଚଳିତମାସ (ଜାନୁଆରୀ) 28ରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶାରେ ନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।

ଭାରତ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ: ଶିଳ୍ପ ମନ୍ତ୍ରୀ
ଭାରତ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ: ଶିଳ୍ପ ମନ୍ତ୍ରୀ (ETV Bharat Odisha)
  • ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପୁଞ୍ଜି ବିନିଯୋଗ ସ୍ଥଳ ହେବାକୁ ଲକ୍ଷ୍ୟ :

ଖଣି, ରସାୟନ ଶିଳ୍ପ, ଧାତୁ ଶିଳ୍ପ, ବୟନଶିଳ୍ପ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି ଏବଂ ଆଇଟି ଭଳି କ୍ଷେତ୍ରରେ ପୁଂଜିନିବେଶ ପାଇଁ ବିଶେଷ ଧ୍ୟାନ ଦିଆଯିବ । ଏହି ସମ୍ମଳନୀ ମାଧ୍ୟମରେ ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜବିନିଯୋଗ ଓ ସହଭାଗିତା ବଢାଇବା ଉପରେ ଗୁୁରୁତ୍ୱ ଦିଆଯିବ । ଏଥିପାଇଁ ଓଡ଼ିଶା ସରକାର ରୋଡ ସୋ, ଶିଳ୍ପ ପ୍ରତିନିଧିଙ୍କ ସହ ରାଉଣ୍ଡ ଟେବୁଲ ଆଲୋଚନା ହେବ । ରାଜ୍ୟର ନିବେଶ ଅନୁକୂଳ ନୀତି, ଅତ୍ୟାଧୁନିକ ଶିଳ୍ପ ଭିତିଭୂମି ଓ ଅର୍ଥନୀତି, ଜନସଂଖ୍ୟା ଏବଂ ଭୌଗୋଳିକ ଅବସ୍ଥିତି ବିଷୟରେ ମଧ୍ୟ ନିବେଶକମାନଙ୍କୁ ଅବଗତ କରୁଛୁ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ରାଜ୍ୟ ନିଜକୁ ଏକ ପ୍ରମୁଖ ପୁଞ୍ଜବିନିଯୋଗ ସ୍ଥଳ ଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି ।

  • ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ଏବଂ ଆର୍ଥିକ ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ :

2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ । ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ଲାଭ ସମସ୍ତଙ୍କ ପାଖରେ ପହଁଚେଇବାକୁ ଗୁରୁତ୍ୱ ଦେଉଛୁ । ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା, ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ ଭଳି ଦୃଷ୍ଟିକୋଣ ସହ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଯୋଡ଼ି ହୋଇଛି । ଦ୍ରୁତ ଅନୁମୋଦନ, ପ୍ରଶାସନିକ ସ୍ୱଚ୍ଛତା ଏବଂ ବ୍ୟବସାୟ ଅନୁକୂଳ ପରିବେଶର ପ୍ରତିଶ୍ରୁତି ମାଧ୍ୟମରେ ଓଡ଼ିଶାକୁ ବୈଶ୍ୱିକ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ଡବଲ ଇଞ୍ଜିନ ସରକାରଙ୍କ ଆଭିମୁଖ୍ୟ । ବୟନ ଶିଳ୍ପ, ପୋଷାକ ନିର୍ମାଣ, ଆଇଟି ଏବଂ ଆଇଟିଇଏସ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ସହ ଖାଦ୍ୟ ପ୍ରକ୍ରିୟାକରଣ ଭଳି ନିଯୁକ୍ତି ଭିତିକ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ:-

ଉତ୍କର୍ଷ ଓଡିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପ୍ରସ୍ତୁତି ଜୋରଦାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ରାଜ୍ୟରେ ଶିଳ୍ପାୟନ ପାଇଁ ବଡ଼ ସୁଯୋଗ, '୧୭ ପ୍ରକଳ୍ପରେ ୩୮୮୩ କୋଟି ନିବେଶ'

  • ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ସ୍ଥାୟିତ୍ୱ :

ଭାରତ ସରକାରଙ୍କ ଡିପିଆଇଆଇଟି ଦ୍ୱାରା ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ ରାଙ୍କିଙ୍ଗରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ଆଚିଭର୍ସ ମାନ୍ୟତା ପାଇଛି । ଦ୍ରୁତ ଅନୁମୋଦନ ସୁନିଶ୍ଚିତ କରିବା ପାଇଁ ଆମର ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ବ୍ୟବସ୍ଥା ଗୋ-ସୁଇଫ୍ଟକୁ ଆହୁରି ସୁବ୍ୟବସ୍ଥିତ ହୋଇଛି । ସରକାର ଜମି ଆବଣ୍ଟନ ପ୍ରକ୍ରିୟାକୁ ଡିଜିଟାଇଜ କରାଯାଇଛି । ଏହା ସହ ଶିଳ୍ପଗୁଡ଼ିକ ପାଇଁ ପ୍ରାକ ଅନୁମୋଦିତ ସ୍ଥାନ ପ୍ରଦାନ କରୁଛୁ । ରାଜ୍ୟ ନିୟାମକ ପ୍ରତିବନ୍ଧକକୁ ହ୍ରାସ କରିବା ସହ ସରକାରୀ ଲାଲ ଫିତା ପ୍ରତିବନ୍ଧକ ଦୂର କରି ଆମେ ରାଜ୍ୟରେ ନିବେଶକଙ୍କ ପାଇଁ ପ୍ରକଳ୍ପ ଆରମ୍ଭ ପ୍ରକ୍ରିୟାକୁ ସହଜ କରୁଛୁ । ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ହେଉଛି ସ୍ଥାୟିତ୍ୱ । ସବୁଜ ଶକ୍ତି, ଅକ୍ଷୟ ଶକ୍ତି ଏବଂ ପରିବେଶ ଅନୁକୂଳ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରୁଛୁ ।

  • ବୃହତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ :

ଶିଳ୍ପ ସହଯୋଗ ମାଧ୍ୟମରେ ବୃହତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଓଡ଼ିଶା ସରକାର ଚାହୁଁଛନ୍ତି । ଉତ୍କର୍ଷ ଓଡିଶା କନକ୍ଲେଭରେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ, ଓଡିଶାର ସହଭାଗୀ ଦେଶ ଭାବରେ ଅଂଶଗ୍ରହଣ କରିବେ । ବ୍ରିଟେନ ଓ ଆମେରିକା ଭଳି ପାଖାପାଖି ୨୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ବିକଶିତ ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ମିଳିତ ଉଦ୍ୟୋଗ ଏବଂ ଜ୍ଞାନ ବିନିମୟ ପାଇଁ ସୁଯୋଗ ପ୍ରଦାନ କରିବ । ସିଙ୍ଗାପୁର ସହିତ ସବୁଜ ଶକ୍ତି, ଶିଳ୍ପ ଭିତିିଭୂମି ଏବଂ ଦକ୍ଷତା କ୍ଷେତ୍ରରେ 8ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଆମ ରାଜ୍ୟକୁ ଏକ ବିଶ୍ୱ ବ୍ୟାବସାୟିକ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ । ଆଜି ଉତ୍କର୍ଷ ଓଡ଼ିଶା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

  • ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2025, 9:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.