ଅଜଣା ଚର୍ମ ରୋଗର ଶିକାର ଲଭଲି, ଲୋଡା ସରକାରୀ ସହାୟତା - unknown skin disease news keonjhar
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8996459-thumbnail-3x2-kendujhar.jpg)
କେନ୍ଦୁଝର: ଅଜଣା ଚର୍ମ ରୋଗରେ ପୀଡିତ 9 ବର୍ଷର ଝିଅ ଲଭଲି । କୁନି ଝିଅଟି ଯନ୍ତ୍ରଣାରେ ଜଡସଡ ହେଉଥିବା ବେଳେ ବାପା ମାଆ ଙ୍କ ଆଖିରୁ ଶୁଖୁନି ଲୁହ । ଜନ୍ମ ହେବାର ତିନି ମାସ ପରେ ଦେହରୁ ଚମଡା ଛାଡିବା ଆରମ୍ଭ କରିଥିଲା । ଧିରେ ଧିରେ ଦେହରୁ ଚମଡା ଛାଡିବା ସହ ଦୁର୍ଗନ୍ଧ ଯୁକ୍ତ ରକ୍ତ ସ୍ରାବ ମଧ୍ୟ ହେଉଛି । କୁନି ଝିଅର ଖେଳିବା ବୁଲିବା ସମୟରେ ରୋଗ ଯେପରି ମାଡି ବସିଛି । ଏହି କାରଣରୁ ବୟସ ଆସି 9 ବର୍ଷ ହୋଇଥିଲେ ବି ଶରୀରେ କୌଣସି ଉନ୍ନତି ହେଉନାହିଁ । ଦୀର୍ଘ 9 ବର୍ଷ ଧରି ଲଭଲି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେନ୍ଦୁଝରର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାର ନୂଆଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ।