ଆଜିଠୁ ରାଜଧାନୀରେ ସେରୋ ସର୍ଭେଲାନ୍ସର ତୃତୀୟ ପର୍ଯ୍ୟାୟ ଟେଷ୍ଟ - serosurveillance test started in capital
🎬 Watch Now: Feature Video
ଭୁବନେଶ୍ବର: କୋରୋନା ସଂକ୍ରମଣ ସମୟରେ ଏବେ ସ୍ପଷ୍ଟ ହେବ କେତେ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟିବଡି ବିକଶିତ ହୋଇଛି । ଆଜି (ଶୁକ୍ରବାର) ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ ଥାର୍ଡ ଫେଜ । ୨୫ ଟି ୱାର୍ଡରେ ପ୍ରାୟ ୧୫୦୦ଟି ଟେଷ୍ଟ କରାଯିବ । ଶୁକ୍ରବାର ଭୁବନେଶ୍ବର ନୟାପଲ୍ଲି, ଜୟଦେବ ବିହାର,ନୀଳାଦ୍ରି ବିହାର ଅଞ୍ଚଳରେ ନମୁନା ଟେଷ୍ଟ କରାଯାଇଛି । ସ୍ମାର୍ଟସିଟିରେ ଦିନକୁ ଦିନକୁ କୋରୋନା କାୟା ବିସ୍ତାର କରିବାରେ ଲାଗିଛି,ଏଭଳି ସମୟରେ ବିଏମସି ପକ୍ଷରୁ ସମସ୍ତ ଚେଷ୍ଟା ବିଫଳ ହେବାର ପରିଲକ୍ଷିତ ହେଉଛି । କାରଣ କୋରୋନା ସଂକ୍ରମଣ ବ୍ରେକ ଧରିବାର ନାଁ ଧରୁନି । ତଥାପି ସେରୋ ସର୍ଭେଲାନ୍ସ କହିବ ଭୁବନେଶ୍ବରରେ କେତେ ସଂଖ୍ୟାରେ ଆଣ୍ଟିବଡି ବିକଶିତ ହୋଇଛି ? ସଂକ୍ରମଣ ହାର କେତେ? ବିଶେଷକରି ଗୋଷ୍ଠି ସଂକ୍ରମଣ ମୁଁହା ରାଜଧାନୀ ଭୁବନେଶ୍ବର ନା ନାହିଁ?