କିଟରେ ଅନୁଷ୍ଠିତ ହେବ ଜାତୀୟ ଭଲିବଲ ଚାମ୍ପିୟାନସିପ - କିଟରେ ହେବ ଜାତୀୟ ଭଲିବଲ ଚାମ୍ପିୟାନସିପ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10858471-thumbnail-3x2-bbsrr.jpg)
ଭୁବନେଶ୍ବର: ଓଡିଶା କ୍ରୀଡା ପାଇଁ ଆଉ ଏକ ଶୁଭ ଖବର । ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ ଚାମ୍ପିୟନସିପ । ଯାହାକି ଆସନ୍ତା 5 ତାରିଖରୁ ଆରମ୍ଭ ହୋଇ 11 ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । ଓଡିଶା ଭଲିବଲ ଆସୋସିଏସନର ସମ୍ପାଦକ ଡ଼ଃ ଗଗନେନ୍ଦୁ ଦାଶଙ୍କ ଠାରୁ ମିଳିଥିବା ସୂଚନା ମୁତବାକ, ଗତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଓଡ଼ିଶାର କିଟ କ୍ୟାମ୍ପସରେ ଆୟୋଜିତ ହୋଇଥିଲା । ତେବେ ଚଳିତ ବର୍ଷ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଙ୍ଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ତାଙ୍କ ପ୍ରଚେଷ୍ଟାରେ ପୁଣି ଥରେ ଓଡ଼ିଶାରେ ଭଲିବଲର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ସେ କହିଛନ୍ତି ।