ଆଇପିଏଲ 2020: ଦିଲ୍ଲୀ-ପଞ୍ଜାବ ମ୍ୟାଚର ପୂର୍ବାନୁମାନ - ଦିଲ୍ଲୀ କ୍ୟାପିଟାଲ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9247802-thumbnail-3x2-dc.jpg)
ଦୁବାଇ: ଆଇପିଏଲ 2020ର 38ତମ ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ, ଡବଲ ସୁପର ଓଭର ବିଜୟ ପରେ, ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ପଞ୍ଜାବ ଟିମ । ଏଥିସହିତ ଟିମର ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ମଧ୍ୟ ସମସ୍ତ ପ୍ରୟାସ କରିବେ ପଞ୍ଜାବ ଖେଳାଳି । ତେବେ ଦୁବାଇର ଗ୍ରାଉଣ୍ଡ ଓ ପ୍ରତିପକ୍ଷ ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଥିବାରୁ ପଞ୍ଜାବ ପାଇଁ ସବୁକିଛି ସହଜ ହେବନାହିଁ ବୋଲି ଅନୁମାନ କରାଯାଉଛି ।