କ୍ରିକେଟ ଜୀବନର ଖାସ ମୁହୂର୍ତ୍ତକୁ ମନେପକାଇଲେ ପ୍ରଜ୍ଞାନ - କ୍ୟାରିଅରର ଶ୍ରେଷ୍ଠ ସଫଳତା
🎬 Watch Now: Feature Video

ହାଇଦ୍ରାବାଦ: ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି ଓଡିଆ ଖେଳାଳି ତଥା ଭାରତୀୟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା । ଅବସରର ଗ୍ରହଣ କରିବା ପରେ ଖବର ସରବରାହ ସଂସ୍ଥା ANI କୁ ଦେଇଥିବା ସାକ୍ଷାତକାରରେ ପ୍ରଜ୍ଞାନ କହିଛନ୍ତି ଟେଷ୍ଟ କ୍ୟାପ ଗ୍ରହଣ କରିବା ମୋ କ୍ୟାରିଅରର ଶ୍ରେଷ୍ଠ ସଫଳତା ଥିଲା । ଏଥି ସହ ସଚିନଙ୍କ ଶେଷ ମ୍ୟାଚ ମୋ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଓ ସେହି ମ୍ୟାଚର ଉଭୟ ପାଳିରେ ମୋଟ 10 ୱିକେଟ ଅକ୍ତିଆର କରିବା ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ ।