ସୁରଙ୍କ ନୂଆ ଅନ୍ଦାଜ୍, ସମ୍ବଲପୁରୀ-ଓଡିଆ ଧୁନରେ କଲେ ରାପ୍ - sambalpuri song
🎬 Watch Now: Feature Video

କଟକ: ନିଆରା ଅନ୍ଦାଜରେ ଆସିଛନ୍ତି ବିଧାୟକ ସୁର ରାଉତରାୟ । ଏଥର କୌଣସି ବିଧାନସଭାରେ ହଟ୍ଟଗୋଳ ନୁହେଁ କି ନିର୍ବାଚନୀ ମୈଦାନରେ ଜୋରଦାର ପ୍ରଚାର ନୁହେଁ । ଏବେ ସଙ୍ଗୀତ ଦୁନିଆରେ ପାଦ ଥାପିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ ରିଲିଜ ହେବାକୁ ଯାଉଥିବା ରଙ୍ଗବତୀର ଗୀତରେ ସେ ନଜର ଆସିବେ ରାପର ହିସାବରେ । ପ୍ରଥମ କଥା ହେଲା ଇଏ ସେହି ରଙ୍ଗବତୀ ଗୀତ ନୁହେଁ ଯିଏକି ସମ୍ବଲପୁରୀ ଭାଷାରେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ହେଉଛି ଏକ ଭିନ୍ନ ଧୂନର ରଙ୍ଗବତୀ ଗୀତ । କିନ୍ତୁ ଏହି ଗୀତ ମଧ୍ୟରେ ଥିବା ରାପରେ ଅନେକ ଭାଷାର ମିଳନ ହୋଇଛି ।