Poll Counting: ଦ୍ବିତୀୟ ଦିନରେ ଗଣତି ଜାରି, ଦକ୍ଷିଣ ଓଡିଶାରେ ଆଗରେ BJD - ପଞ୍ଚାୟତ ଭୋଟ ଗଣତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14585227-thumbnail-3x2-kkl.jpg)
ବ୍ରହ୍ମପୁର/ଗଜପତି/ଭଞ୍ଜନଗର/କନ୍ଧମାଳ : ସାରା ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି ଓ କନ୍ଧମାଳ ଜିଲ୍ଲାରେ ସକାଳ ସମୟରୁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତି ଜାରି ରହିଛି । ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକରେ ଦ୍ୱିତୀୟ ଦିନର ଗଣତି ହେଉଥିବା ବେଳେ ଦ୍ୱିତୀୟ ଦିନରେ ୨୨ ଗୋଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ , ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ଆସନ୍ନ ପାଇଁ ଭୋଟ ଗଣତି ଜାରି ରହିଛି । ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାରେ ମୋଟ ୬୯ ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୨୨ ଗୋଟି ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଦିନରେ କିଭଳି ରହିବ ଫଳାଫଳ ତାହାରି ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ ଗଣନା କାର୍ଯ୍ୟ । ସେହିପରି ଗଜପତି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାରେ ମଧ୍ୟ ଚାଲିଛି ଭୋଟ ଗଣନା କାର୍ଯ୍ୟ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଗଜପତିରୁ ହରିହର ପଟ୍ଟନାୟକ ,ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ ଓ କନ୍ଧମାଳରୁ ସଞ୍ଜୟ ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST