ବାଲୁକାକଳାରେ ରାମନବମୀ ଶୁଭେଚ୍ଛା, ଯୁବପିଢିଙ୍କୁ ପିତୃସତ୍ୟ ପାଳନ ପାଇଁ ଆହ୍ୱାନ

By

Published : Apr 9, 2022, 10:10 PM IST

Updated : Feb 3, 2023, 8:22 PM IST

thumbnail
ବ୍ରହ୍ମପୁର: ପବିତ୍ର ରାମନବମୀ ଅବସରରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା । ବାଲୁକା କଳାରେ ଶ୍ରୀରାମଙ୍କ ସୁନ୍ଦର ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବା ସହିତ ପିତୃସତ୍ୟ ପାଳନ ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେପରି ରାଜକୀୟ ଭୋଗବିଳାସ ଛାଡ଼ି ବନବାସ ଯାଇଥିଲେ ସେହିପରି ପିତୃସତ୍ୟ ପାଳନ ପାଇଁ ବର୍ତ୍ତମାନର ଯୁବପିଢିଙ୍କୁ ଆହ୍ବାନ କରିଛନ୍ତି । ବର୍ତ୍ତମାନର ଯୁବପିଢି ବାପା-ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଉଥିବା ଅତ୍ୟନ୍ତ ଦୁଃଖଦାୟକ, ତେଣୁ ସମସ୍ତେ ରାମନବମୀ ବାପା-ମାଆଙ୍କ କଥା ମାନିବା ଏବଂ ସେମାନଙ୍କ ସେବା କରିବାର ଶପଥ ନେବାକୁ ନିବେଦନ କରିଛନ୍ତି ଶିଳ୍ପୀ ସତ୍ୟ ମହାରଣା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.