ଶାନ୍ତି ଶୃଙ୍ଖଳାର ସହ ବୌଦ୍ଧରେ ଚାଲିଛି ସାନି ମତଦାନ

By

Published : Feb 23, 2022, 2:44 PM IST

Updated : Feb 3, 2023, 8:17 PM IST

thumbnail
ବୌଦ୍ଧ: ଜିଲ୍ଲାର ଏକମାତ୍ର ମତଦାନ କେନ୍ଦ୍ରରେ ଚାଲିଛି ସାନି ମତଦାନ । ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତ ଚାଉଁରିଆପଦର ବୁଥରେ ଗତ 18 ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ବୁଥ ଜବରଦଖଲ ନେଇ ଅଭିଯୋଗ ପରେ ମତଦାନ ବାତିଲ କରାଯାଇଥିଲା। ତେବେ ଆଜି ସକାଳ 9 ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ହେବ। ବୁଥ ଭିତରେ ନିର୍ବାଚନ ଦାୟିତ୍ବରେ ବୌଦ୍ଧ ତହସିଲଦାର ରହିଥିବା ବେଳେ ଚାରିଆଡ଼େ ପୋଲିସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲୁଥିବା ଦେଖିବାକୁ ମିଳିଛି। ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.