Panchayat Poll: ଭୋଟ ଦେଲେ ପିପିଲି ବିଧାୟକ ରୁଦ୍ର - ପୁରୀରେ ପଞ୍ଚାୟତ ନିର୍ବାଚନ
🎬 Watch Now: Feature Video
ପୁରୀ: ଆଜି ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ । ରାଜ୍ୟବାସୀ ନିଜର ମତ ସାବ୍ୟସ୍ତ କରି ଭୋଟ ଦେଉଛନ୍ତି । ଅନେକ ବୁଥରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଅନେକ ହେବିୱେଟ ନେତା ମଧ୍ୟ ବୁଥ୍କୁ ଆସି ଧାଡ଼ିରେ ଠିଆ ହୋଇ ମତଦାନ କରୁଛନ୍ତି । ତେବେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ମତଦାନ କରିଚନ୍ତି । ତାଙ୍କ ଅଞ୍ଚଳ ପାଣିଦୋଳା ପଞ୍ଚାୟତର 5 ନମ୍ବର ବୁଥରେ ରୁଦ୍ର ଭୋଟ ଦେଇଛନ୍ତି । ଗଣତନ୍ତ୍ରର ଏହି ପର୍ଵରେ ସମସ୍ତ ଭୋଟର ସାମିଲ ହୋଇ ନିଜ ଅଞ୍ଚଳର ବିକାଶରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST