Watch: ଚାଲିଥିଲା ଗଣେଶ ଭସାଣି, ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ ଯୁବକ ଆଉ ତାପରେ... - ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଆହତ
🎬 Watch Now: Feature Video


Published : Sep 29, 2023, 11:44 AM IST
ଖୋର୍ଦ୍ଧା: ଡିଜେ ବାଜୁଥିଲା, ବାଣ ଫୁଟୁଥିଲା, ଧୁମଧାମରେ ଚାଲିଥିଲା ଗଣେଶ ଭସାଣି । ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଯୁବକ ଗୁରୁତର । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ । ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଯୁବକ ଜଣକ ଗଣେଶ ମେଢ଼ ଗାଡ଼ି ଉପରେ ବସି ବିଦ୍ୟୁତ୍ ତାର କାଢିବା ବେଳେ ବିଦ୍ୟୁତ୍ ସଂଯୋଗରେ ଆସିଥିଲେ । ପରେ ସେହି ଗାଡ଼ି ଉପରେ ଗୁରୁତର ହୋଇପଡିଥିଲେ । କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ସ୍ଥାନୀୟ ଲୋକେ । ସେ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଘଟଣା ସମୟରେ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଭଳି ଭାବରେ ବିଦୁତ ତାର ସଂସ୍ପର୍ଶ ଆସି ଯୁବକ ଜଣକ ପଡି ଯାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳୁଛି । କିଛିଦିନ ତଳେ ଅନୁରୂପ ଭାବେ କଟକରେ ମଧ୍ୟ ଗଣେଶ ଭସାଣି ଉତ୍ସବରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଜଣ ଛାତ୍ରଙ୍କ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଥିଲା । ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏଥିପ୍ରତି କେହି ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ- ସଜାଡୁଥିଲେ ଇଲେକ୍ଟ୍ରିକ ବୋର୍ଡ, ବିଦ୍ୟୁତ ଆଘାତ ଲାଗି ହୋମଗାର୍ଡ ମୃତ
ଇଟିଭି ଭାରତ, ଖୋର୍ଦ୍ଧା