VIRAL VIDEO: ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ, କମେଣ୍ଟମରାକୁ ନେଇ ବିବାଦ - ଭାଇରାଲ ଭିଡିଓ
🎬 Watch Now: Feature Video
ଅନୁଗୋଳ: ଯୁବକଙ୍କୁ ବିଚ୍ ରାସ୍ତାରେ ଶାସ୍ତି ଦେଲେ ଯୁବତୀ । କମେଣ୍ଟ ମାରୁଥିବା ଯୁବକଙ୍କୁ ବିଚ୍ ରାସ୍ତାରେ ଭୁଲ ମଗାଇବା ସହ ମାଡ ମାରିଲେ ଯୁବତୀ। ଫେସବୁକ ଲାଇଭ ଭିଡିଓରେ ଅଶାଳୀନ କମେଣ୍ଟ କରିଥିବା ଯୁବକକୁ ବିଚ ରାସ୍ତାରେ ମାଡ଼ ମାରିଛନ୍ତି ଏହି ଯୁବତୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡା ଖମାର ଅଞ୍ଚଳର ଘଟିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବତୀ ଜଣକ ଯୁବକଙ୍କ କଲରକୁ ଧରି ଗାଳି କରିବା ସହ ମାଡ଼ ମାରିଛନ୍ତି ।
ଏହା ବି ପଢନ୍ତୁ- ବିନା ପମ୍ପରେ ଜଳସେଚନ: ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା, ଲାଭବାନ ହେଉଛନ୍ତି ଚାଷୀ
ଫେସବୁକ ଲାଇଭ ଭିଡିଓରେ ଏପରି ଅଶାଳୀନ ମନ୍ତବ୍ୟ ଦେବାକୁ ସେ କିପରି ସାହସ କଲେ ବୋଲି ପ୍ରଶ୍ନ କରିଛନ୍ତି ? ଏହାସହ ଗୁରୁଜନମାନଙ୍କୁ ଏପରି ବ୍ୟବହାର କରାଯାଏ ବୋଲି ପଚାରିଛନ୍ତି । ସେପଟେ ଯୁବକ ଜଣକ ନିଜର ଭୁଲର ପଶ୍ଚାତାପ କରିବା ସହ କ୍ରମାଗତ ଭାବେ ଭୁଲ ମାଗିଛନ୍ତି । ଯୁବତୀଙ୍କ ଗୋଡ଼ ଧରି ଭୁଲ ମାଗିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହାପରେ ଯୁବତୀ ଜଣକ ଯୁବକଙ୍କୁ ଛାଡି ଦେଇଛନ୍ତି । ସେଠାରେ ଉପସ୍ଥିତ କେହି ଯୁବକ କିମ୍ବା ଯୁବତୀ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।
ଇଟିଭି ଭାରତ, ଅନୁଗୋଳ