ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ମେଳି - ବିଶ୍ୱ ଆଦିବାସୀ ଦିବସ

🎬 Watch Now: Feature Video

thumbnail

By

Published : Aug 9, 2022, 10:42 PM IST

Updated : Feb 3, 2023, 8:26 PM IST

ଭବାନୀପାଟଣା: ଆଜି ବିଶ୍ୱ ଆଦିବାସୀ ଦିବସ ଏହି ଦିବସ ପାଳନ କରି ଆଦିବାସୀଙ୍କ ହକ ଓ ନ୍ୟାୟ ପାଇଁ ଏକଜୁଟ ହୋଇଛନ୍ତି ଆଦିବାସୀ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଧର୍ମଗଡ଼ରେ ବିଶାଳ ପାରମ୍ପରିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସହରର ଭଣ୍ଡାର ଘରେନ ମନ୍ଦିରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବେଶଭୁଷା ସହ ପରମ୍ପରା ଅସ୍ତ୍ରଶସ୍ତ୍ର ଧରି ନାଚି ଉଠିଥିଲେ ଆଦିବାସୀ।ଆଉ ଆଦିବାସୀଙ୍କ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ। ସଂଘର ଦାବି ଅନୁଯାୟୀ ଆଦିବାସୀଙ୍କ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବା ସହ ଆଦିବାସୀମାନେ ଦୀର୍ଘ ଦିନରୁ ରହି ଆସୁଥିବା ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ଆଦି ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ। ସେପଟେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର କଦମଗୁଡାଠାରେ ନିୟମଗିରି ସୁରକ୍ଷା ସମିତି ଓ ଖଣ୍ଡୁଆଲମାଳି ସୁରକ୍ଷା ସମିରି ପକ୍ଷରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ସରକାର ନିୟମଗିରି ଓ ଖଣ୍ଡୁଆଲରେ ଖଣି ଖନନ ପାଇଁ ଚଳାଇ ଥିବା ସିଚକ୍ରାନ୍ତକୁ ବିରୋଧ କରିବା ସହ ଆଦିବାସୀଙ୍କ ଜଳ ଜମି ଜଙ୍ଗଲ ଉପରେ କେବଳ ଆଦିବାସୀଙ୍କ ହକ ରହିଛି ଏବଂ ସରକାର ଖଣି ଖନନ ମସୁଧାକୁ ବିରୋଧ କରିଛନ୍ତି ଆଦିବାସୀ।ସେପଟେ ଜୀବନ ଥିବା ପର୍ଯ୍ୟନ୍ତ କୌଣସି କମ୍ପାନୀକୁ ଖଣି ଖନନ କରାଇ ନ ଦେବା ସହ ନିୟମଗିରି ଓ ଖଣ୍ଡୁଆଲମାଳି ସୁରକ୍ଷା କରିବୁ ବୋଲି ବଜ୍ର ଶପଥ ନେଇଛନ୍ତି ଆଦିବାସୀ ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.