World Cup 2023: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ, ଶୀର୍ଷ ସ୍ଥାନ ପାଇଁ ଫାଇଟ ହେବ ଟାଇଟ - ବିଶ୍ବକପ
🎬 Watch Now: Feature Video
Published : Oct 22, 2023, 1:13 PM IST
|Updated : Oct 22, 2023, 2:15 PM IST
ରାଉରକେଲା: ଆଜି ବିଶ୍ବକପରେ ରହିଛି ମହାଲଢେଇ। ଧର୍ମାଶାଳାରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ 4ଟି ମ୍ୟାଚ୍ ଖେଳି ବିଜୟ ଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର । ପଏଣ୍ଟ ଟେବୁଲରେ ଶିର୍ଷ ସ୍ଥାନ ପାଇଁ ଆଜି ଫାଇଟ ହେବ ଟାଇଟ । ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହୀ ସୁନ୍ଦରଗଡ଼ କ୍ରିକେଟ ପ୍ରେମୀ । ଗତ 2019 ବିଶ୍ୱକପ୍ରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପରୁ ବାହାରି ଯାଇଥିଲା । ତେବେ ଆଜିର ଏହି ମ୍ୟାଚରେ ଭାରତ ନିଜର ଗତ ବିଶ୍ୱକପର ପ୍ରତିଶୋଧ ବା ରିଭେଞ୍ଜ ନେବାରେ କେତେ ସଫଳ ହେବ ତାକୁ ଅପେକ୍ଷା ରହିଛି । ଆଜି ମଧ୍ୟ ରୋହିତ, ବିରାଟ, ଶ୍ରେୟାସ, ଗିଲ ଓ ରାହୁଲଙ୍କ ଉପରେ ସମ୍ପୂର୍ଣ୍ଣ ବ୍ୟାଟିଂ ଲାଇନ ଅପ୍ ଭରସା କରିବ । ଅନ୍ୟ ପକ୍ଷରେ ହାର୍ଦ୍ଦିକଙ୍କ ଇଞ୍ଜୁରୀ ବଡ଼ ଝଟକା ହୋଇଛି ଭାରତୀୟ ଦଳ ପାଇଁ । ତାଙ୍କ ସ୍ଥାନରେ ଦଳରେ କିଏ ସ୍ଥାନ ପାଇବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।
ଇଟିଭି ଭାରତ, ସୁନ୍ଦରଗଡ