ମହିଳା ଖଣି ଅଧିକାରୀଙ୍କୁ ଆକ୍ରମଣ କରି 44 ଗିରଫ, ଭାଇରାଲ ହେଉଛି ଭିଡିଓ - ବିହାରରେ ମହିଳା ଅଧିକାରୀଙ୍କୁ ଆକ୍ରମଣ

🎬 Watch Now: Feature Video

thumbnail

By

Published : Apr 17, 2023, 10:23 PM IST

ପାଟନା: ବାଲି ଉଠାଣକୁ କେନ୍ଦ୍ର କରି ଉତ୍ତେଜନା । ମହିଳା ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ଗୋଡାଇ ଗୋଡାଇ ପିଟିଲେ, ଘୋଷାଡିଲେ । ଉତ୍ୟେକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ମହିଳା ଅଧିକାରୀ ଜଣଙ୍କ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନା ଉପକଣ୍ଠ ବିହତାରେ । ମହିଳା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ଆଧାରରେ ପୋଲିସ 3 ଟି ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ ଭିଡ ହିଂସାରେ ସାମିଲ ଥିବା 44 ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଜଣେ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେବା, ଜଣେ ମହିଳା ଅଧିକାରୀଙ୍କୁ ମରଣାତଙ୍କ ଆକ୍ରମଣ କରିବା ପରି ସଙ୍ଗୀନ ଦଫାରେ ପୋଲିସ 3ଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଛି । ଆକ୍ରମଣରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ସ୍ଥାନାୟ ଏସଏସପି କହିଛନ୍ତି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.