Delhi Flood: ଜଳମୟ ଜାତୀୟ ରାଜଧାନୀ, ଆକାଶମାର୍ଗରୁ ଦେଖନ୍ତୁ ଦୃଶ୍ୟ

By

Published : Jul 14, 2023, 9:07 PM IST

thumbnail

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଳ ପ୍ରଳୟ । ବନ୍ୟା ପାଣିରେ ଉବୁଟୁବୁ ଦିଲ୍ଲୀ । ଦୀର୍ଘ 45 ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀ ବିପଦ ସଙ୍କେତ ପାର କରି ଜନବସତି ଆଡ଼କୁ ମାଡ଼ି ଆସିବା ଫଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବନ୍ୟାଜଳରେ ବୁଡ଼ି ରହିଛି ସାରା ସହର । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ଏହାର ଏକ ଡ୍ରୋନ ଭିଜୁଆଲ ସାମ୍ନାକୁ ଆସିଛି । ବନ୍ୟା ପ୍ରଭାବିତ ଦିଲ୍ଲୀର ଦୃଶ୍ୟ ଆକାଶ ମାର୍ଗରୁ ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଦୂର ଦୁରକୁ ଯୁଆଡ଼େ ଦେଖିଲେ ଖାଲି ପାଣି ଦୃଶ୍ୟମାନ ହେଉଛି । ବସ୍ତି ସାଙ୍ଗକୁ ବଡ଼ ବଡ଼ କୋଠା ବନ୍ୟା ପାଣିରେ ବୁଡ଼ି ରହିଛି । ରାସ୍ତାଘାଟରେ ଡ୍ରେନ ପାଣି ଚାଲୁଛି । ସେପଟେ ବନ୍ୟା ପାଣିରେ 3 ଜଣ ଶିଶୁ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି । ବନ୍ୟା ଯୋଗୁଁ ଦିଲ୍ଲୀ ସରକାର ସ୍କୁଲ ଛୁଟି ନେଇ ଘୋଷଣା ମଧ୍ୟ କରିଛନ୍ତି । ଯେଉଁ ସ୍ଥାନରେ ବନ୍ୟା ଜଳ ପଶିଛି ଉକ୍ତ ସ୍ଥାନରେ ସ୍କୁଲକୁ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବର୍ଷା ସାମାନ୍ୟ କମିବା ପରେ ଏବେ ଯମୁନା ନଦୀର ଜଳସ୍ତର କମିଥିବା ଜଣାପଡ଼ିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.