thumbnail

By

Published : Aug 16, 2023, 3:48 PM IST

ETV Bharat / Videos

Watch: ଋଷିକେଶରେ କମିଲା ଗଙ୍ଗା ନଦୀର ଜଳସ୍ତର, ଦେଖନ୍ତୁ ଭିଡିଓ

ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୋମବାର ଗଙ୍ଗାର ଜଳସ୍ତର ବୃଦ୍ଧି ପାଇଥିଲା । ଏନେଇ ଶୈବପୀଠ ଋଷିକେଶରେ ଥିବା ଶିବଙ୍କ ମୂର୍ତ୍ତି ଉଚ୍ଚ ପାଣି ହୋଇଥିଲା । ଲାଗୁଥିଲା ଯେପରି ଜଳାଭିଷେକ କରୁଛନ୍ତି ହର ହର ମହାଦେବ । ହେଲେ ଆଜି ଗଙ୍ଗାର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇବା ଫଳରେ ଶିବଙ୍କ ମୂର୍ତ୍ତିରୁ ମଧ୍ୟ ପାଣି କମିଛି । ତେବେ ଗତ ବର୍ଷ ମଧ୍ୟ ମୌସୁମୀର ଆଗମନ ପରେ ଉତ୍ତରାଖଣ୍ଡର ସ୍ଥିତି ସଙ୍ଗୀନ ରହିଥିଲା । ଚଳିତ ବର୍ଷ ପ୍ରବଳ ବର୍ଷାରେ ଭୟଙ୍କର ସ୍ଥିତି ଉପୁଜିଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ନଦୀମାନଙ୍କର ଜଳସ୍ତର ବୃଦ୍ଧି ପାଇ ଉପୁଜିଥିବା ବନ୍ୟା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।  

 ଏହା ମଧ୍ୟ ପଢନ୍ତୁ- Uttarakhand: ଆଖି ପିଛୁଳାକେ ଭାସିଗଲା ୧୦୦ବର୍ଷ ପୁରୁଣା ହନୁମାନ ମନ୍ଦିର

 ଏହା ମଧ୍ୟ ପଢନ୍ତୁ-ଉତ୍ତରାଖଣ୍ଡରେ ଜଳ ପ୍ରଳୟ: ଭୁଶୁଡିଲା ଡିଫେନ୍ସ କଲେଜ, ଭାସିଗଲା ଯାନବାହନ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.