ପୁରୀ ବେଳାଭୂମିରେ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖିଲେ ପର୍ଯ୍ୟଟକ
🎬 Watch Now: Feature Video
Last Sunset of 2023: ପୁରୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଉ କିଛି ସମୟ ପରେ ଆରମ୍ଭ ହେବ ଜିରୋ ନାଇଟ୍ ସେଲିବ୍ରେସନ । ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି । 2023କୁ ବିଦାୟ ଦେଇ 2024କୁ ସ୍ଵାଗତ କରିବେ ଦେଶବାସୀ । ଏହାରି ଭିତରେ ପୁରୀକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ । ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ସହ ବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଭକ୍ତମାନେ ପୁରୀକୁ ଛୁଟି ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆପଣନ୍ତୁ ଏହି ଅଭ୍ୟାସ
ଅନ୍ୟପଟେ ବର୍ଷର ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି । କାରଣ ରାତି ପାହିଲେ ବର୍ଷ ୨୦୨୪ରେ ଦେଖିବାକୁ ମିଳିବ ସୂର୍ଯ୍ୟୋଦୟ । ଏଣୁ ସମସ୍ତେ ଅତି ଉତ୍କଣ୍ଠାର ସହ ବେଳାଭୂମିରେ ସୂର୍ଯ୍ୟାସ୍ତ ଦେଖିବା ସହ ସମୂଦ୍ରକୂଳରେ ବୁଲିବାର ମଜା ନେଇଛନ୍ତି ।
ଇଟିଭି ଭାରତ, ପୁରୀ