thumbnail

By ETV Bharat Odisha Team

Published : Sep 4, 2023, 7:33 PM IST

ETV Bharat / Videos

ବିରାଟଙ୍କ ପ୍ରେମରେ ପାକିସ୍ତାନୀ ପ୍ରଶଂସକ, ସୋସିଆଲ ମିଡିଆରେ ଭାଇରାଲ କୋହଲିଙ୍କ ଫ୍ୟାନ୍‌ଗାର୍ଲ

ପାଲ୍ଲେକଲ: ଦୀର୍ଘ ଏକ ଦଶନ୍ଧୀରୁ ଊର୍ଦ୍ଧ୍ବ ବର୍ଷ ଧରି କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ରାଜ କରିଥିବା କୋହଲିଙ୍କର ସାରା ବିଶ୍ବରେ ବହୁ ପ୍ରଶଂସକ ରହିଛନ୍ତି । ତେବେ ଆପଣ ଜାଣିଥିବେ, ପାକିସ୍ତାନ ଏବଂ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତାର ଅନେକ କାହାଣୀ ରହିଛି । ହେଲେ ଯେତେବେଳେ ପ୍ରଶଂସକଙ୍କ କଥା ଆସେ, ସେତେବେଳେ ସୀମା ବା ରାଜନୈତିକ ବିବାଦ ଭୁଲିଯିବାକୁ ହୁଏ, ଏହାର ଉଦାହରଣ ମଧ୍ୟ ଅନେ ରହିଛି । ନିକଟରେ ଏସିଆ କପ୍‌ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ବିରାଟ କୋହଲି କେବଳ ୪ ରନ କରିବାରେ ସକ୍ଷମ ହୋଇଥିଲେ । ଯେଉଁଥିରେ ସାରା ବିଶ୍ବରେ ଥିବା କୋହଲି ପ୍ରଶଂସକ ନିରାଶ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି, ଖୋଦ ପାକିସ୍ତାନରୁ ଆସିଥିବା ଜଣେ ମହିଳା ପ୍ରଶଂସକଙ୍କ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ଦେଶର ଖେଳ ନୁହେଁ, ବରଂ କେବଳ କୋହଲିଙ୍କ ଶତକ ଦେଖିବାକୁ ଆସିଥିବା କହୁଛନ୍ତି । ହେଲେ କୋହଲି ଭଲ ଇନିଂସ ଖେଳିବାରେ ବିଫଳ ହୋଇଥିବାରୁ ସେ ଏଥିପାଇଁ ନିଜର ହୃଦୟ ଭାଙ୍ଗିଯାଇଥିବା କହୁଛନ୍ତି । ଏପରିକି ପାକିସ୍ତାନ ଅଧିନାୟକ ବାବର ଆଜମ ଓ ବିରାଟ କୋହଲିଙ୍କ ମଧ୍ୟରୁ ଜଣକୁ ବାଛିବାକୁ କହିବାରୁ ତୁରନ୍ତ କୋହଲି ବୋଲି କହୁଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବାବେଳେ ଏହାକୁ ମଧ୍ୟ ସମସ୍ତେ ବେଶ ପସନ୍ଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.