ବାଲିଯାତ୍ରାରେ ପିଠାର ମହକ, ୬୫ ପ୍ରକାର ବିକ୍ରି କରୁଛନ୍ତି ମହିଳା - କଟକ ଐତିହାସିକ ବାଲିଯାତ୍ରା

🎬 Watch Now: Feature Video

thumbnail

By

Published : Nov 10, 2022, 10:36 PM IST

Updated : Feb 3, 2023, 8:32 PM IST

କଟକ: ଆରମ୍ଭ ହୋଇଯାଇଛି କଟକ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ଯାତ୍ରାରେ ଆକର୍ଷଣ ସାଜିଛି ପିଠା ଷ୍ଟଲ । ୬୫ ପ୍ରକାର ପିଠା ବାଲିଯାତ୍ରାରେ ବିକ୍ରି ହେଉଛି । ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ନିଆରା ପ୍ରୟାସ କରିଛନ୍ତି ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତି ଗୃପ । ଏହି ଗୃପର ପ୍ରାୟ ୧୦୦ ମହିଳା ଏହି ପିଠା ଷ୍ଟଲ କରିଛନ୍ତି । ଓଡ଼ିଆର ସମସ୍ତ ପ୍ରକାର ପିଠାକୁ ପ୍ରସ୍ତୁତ କରାଯାଇ ଦର୍ଶକ ମାନଙ୍କ ପାଇଁ ରଖାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ପିଠା ଦ୍ୱାରା ରୋଜଗାର କରିବା ଏକମାତ୍ର ଲକ୍ଷ୍ୟ ନୁହେଁ । ବରଂ ଓଡିଶାର ଐତିହ୍ୟ ଆଉ ପରମ୍ପରାକୁ ସମସ୍ତଙ୍କ ମଧ୍ୟରେ ଉଜ୍ଜୀବିତ କରିବାକୁ ନିଆରା ପ୍ରୟାସ କରିଛନ୍ତି ଏହି ମହିଳା ମାନେ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.