G20 Summit 2023: ଭବ୍ୟ ଭାରତ ଦେଖିବେ ବିଶ୍ବନେତା: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର - କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
🎬 Watch Now: Feature Video

Published : Sep 5, 2023, 8:28 PM IST
ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀ ପାଇଁ ଭବ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ମିଳନୀରେ ସାମିଲ ହେବାକୁ ଆମେରିକା, ଋଷିଆ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଜର୍ମାନୀ, ତୁର୍କୀ, କାନାଡା, ବ୍ରାଜିଲ, ଆର୍ଜେଣ୍ଟିନା, ଚୀନ, ଇଂଲଣ୍ଡ, ସାଉଦି ଆରବ, ଜାପାନ, ଇଟଲୀ, ମେକ୍ସିକୋ, ଫ୍ରାନ୍ସ, ସାଉଥ ଆଫ୍ରିକା, ସାଉଥ କୋରିଆ ଭଳି ରାଷ୍ଟ୍ରର ରାଷ୍ଟ୍ର ଅଧ୍ୟକ୍ଷ ସମେତ ସେମାନଙ୍କ ପ୍ରତିନିଧି ଭାରତ ଆସୁଛନ୍ତି । ଆସନ୍ତା 9 ଓ 10 ଦୁଇ ଦିନି ଧରି ନୂଆଦିଲ୍ଲୀରେ ଆୟୋଜିତ ହେବ ଏହି ବିଶ୍ବସ୍ତରୀୟ ସମ୍ମିଳନୀ । ଏହାକୁ ପୁରା ବିଶ୍ବସ୍ତରୀୟ କରିବାକୁ ଭାରତ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଶିଖର ସମ୍ମିଳନୀରେ ଭାରତର ବିବିଦ୍ଧତା ମଧ୍ୟରେ ଏକତାର ଝଲକ ପ୍ରଦର୍ଶନ ହେବ । ଏହାସହ ଭାରତର କଳା, ସଂସ୍କୃତି, ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବ । ଏତତ ବ୍ୟତୀତ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦକୁ ସାର୍ଥକ କରିବା ପାଇଁ ଏଠାରେ ଷ୍ଟଲ ମଧ୍ୟ ପ୍ରଦର୍ଶନ କରାଯାଉଛି । ଶିଖର ସମ୍ମିଳନୀର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆଇଟିଓ ପରିସର(ଭାରତ ମଣ୍ଡପମ) ରେ ଏକ ବିଶ୍ବସ୍ତରୀୟ ମିଡିଆ ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେଉଁଠାରୁ ଦେଶ ଓ ବିଦେଶର ମିଡିଆ ପ୍ରତିନିଧି ଭିଡିଓ ସହ ବିଭିନ୍ନ ସୂଚନା ପାଇପାରିବେ । ଆଜି ମିଡିଆ ସେଣ୍ଟର ପରିଦର୍ଶନ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଦେଖନ୍ତୁ କଣ କହୁଛନ୍ତି ମନ୍ତ୍ରୀ । କିଭଳି ହୋଇଛି ମିଡିଆ ସେଣ୍ଟର ।