Bridge collapses: ବିହାରରେ ଭୁଶୁଡିଲା ନିର୍ମାଣାଧୀନ ପୋଲ

🎬 Watch Now: Feature Video

thumbnail

ପାଟନା: ବାଲେଶ୍ବର ଟ୍ରେନ ଟ୍ରାଜେଡିରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିବା ବେଳେ ବିହାରରେ ଏକ ବଡ ଧରଣର ଅଘଟଣ ଟଳିଛି । ଭାଗଲପୁର ସୁଲତାନଗଞ୍ଜରେ ଏକ ପୋଲ ଭୁଶୁଡିବା ଘଟଣା ସାମ୍ନାକୁ ଆସିଛି । ହେଲେ ଆଶ୍ବସ୍ତିକର କଥା ହେଉଛି, ପୋଲଟି ନିର୍ମାଣାଧୀନ ଥିବାରୁ ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ବାହାର ଭାଗଲପୁରରେ ଅଗଓ୍ବାନୀରୁ ସୁଲତାନଗଞ୍ଜକୁ ସଂଯୋଗ କରିବା ପାଇଁ ଏହି ପୋଲଟି ନିର୍ମାଣ କରାଯାଉଥିଲା । ଏହାକୁ ଡିସେମ୍ବର ମାସରେ ଲୋକାର୍ପିତ କରାଯାଇଥାନ୍ତା ।

ତେବେ ଆଜି ଅପରାହ୍ନରେ ପୋଲଟି ଭୁଶୁଡି ପଡିବା ସହ ଏହା ନଦୀଗର୍ଭରେ ଲୀନ ହୋଇଯାଇଛି । ଏହାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ହେଲେ ଅନ୍ୟ ଏକ ରୋଚକ ସୂଚନା ହେଉଛି, ଏହି ନିର୍ମାଣାଧୀନ ପୋଲ ଭୁଶୁଡିବା ପ୍ରଥମ ଘଟଣା ନୁହେଁ ବରଂ ଆଜି ଦ୍ବିତୀୟ ଥର ପାଇଁ ଏହା ଭୁଶୁଡି ପଡିଛି । ଏହାର ନିର୍ମାଣ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.