ଗର୍ଜିଲେ ଉଜ୍ଜଳା ଦିଦି, ସରକାରଙ୍କୁ ମାଗିଲେ ହକ୍
🎬 Watch Now: Feature Video
କଟକ: ରାଜରାସ୍ତାରେ ଉଜ୍ଜ୍ୱଳା ଦିଦି । କର୍ମ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଆଣିଲେ ଅଭିଯୋଗ । ନିଯୁକ୍ତି ଦେବା ସମୟରେ ଅନେକ ନିୟମ ରହିଥିଲା । ହେଲେ ବର୍ତ୍ତମାନ ତାହା କୌଣସି ଦିଗରେ କାର୍ଯ୍ୟକରୀ ହେଉନି ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଉପେକ୍ଷିତ ଅବସ୍ଥାରେ ରାଜ୍ୟର ହଜାର ହଜାର ଉଜ୍ଜଳା ଦିଦି । ଯେଉଁ ଉଜ୍ଜଳା ଯୋଜନାକୁ ନେଇ କେନ୍ଦ୍ରର ସରକାର ବାଃ ବାଃ ନେଉଛନ୍ତି, ସେଇ ଯୋଜନାରେ କାର୍ଯ୍ୟରତ ଦିଦିଙ୍କୁ ମିଳିନାହିଁ ଆର୍ଥିକ ଅନୁଦାନ । ଯୋଜନା ପାଇଁ ଯେଉଁ ବେତନ ଦେବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ସରକାର ଦେଇ ନଥିବା ଅଭିଯୋଗ କରିଛନ୍ତି ଉଜ୍ଜଳା ଦିଦି । ଯାହାର ପ୍ରତିବାଦରେ ଉଜ୍ଜଳା ଦିଦିମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତୁରନ୍ତ ଅନୁଦାନ ସହ ଚାକିରିର ସ୍ଥାୟୀତ୍ୱ ନେଇ ଦାବି କରିଛନ୍ତି । ଏନେଇ କଟକ ଉଜ୍ଜ୍ବଳା ଦିଦି ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, କଟକ