କାଳ ସାଜୁଛି କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ମୃତ - ଅନୁଗୋଳ ଜିଲା ପାଲଲହଡା ଅଞ୍ଚଳରେ ଅଭାବନୀୟ ଘଟଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18413923-thumbnail-16x9-jj.jpg)
ଅନୁଗୋଳ: ଅନୁଗୋଳ ପାଲଲହଡା ଅଞ୍ଚଳରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ପାଳଲହଡା ଥାନା କରଡାପାଳ ପଞ୍ଚାୟତ ସହରଗୁରୁଜାଙ୍ଗ ଗାଁରେ । ଆଜି ଅପରାହ୍ନ ତିନିଟା ସମୟରେ ପୁଟୁକାମହୁଲ ଗାଁ ନିକଟରେ ଥିବା ଜମି ମରାମତି କରୁଥିବା ବେଳେ ବଜ୍ରାଘାତ ଘଟି ଦୁଇ ଯୁବକ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଗୁରୁଜାଙ୍ଗ ଗାଁର 43 ବର୍ଷିୟ ମଦନ ମୋହନ ସାହୁ ଏବଂ 40 ବର୍ଷିୟ ଧନେଶ୍ୱର ଦେହୁରୀ । ମଦନ ସାହୁ ତାଙ୍କର ପୁଟୁକାମହୁଲରେ ଥିବା ଜମି ଜେସିବି ସାହାଯ୍ୟରେ ମରାମତି କରିବା ପାଇଁ ଧନେଶ୍ୱର ଦେହୁରୀ ସହ ଯାଇଥିଲେ । ଜେସିବିରେ ଜମି ମରାମତି କାମ ଚାଲିଥିବା ବେଳେ ବର୍ଷା ହେବାରୁ ନିକଟସ୍ଥ ଏକ ଗଛ ମୂଳେ ଉଭୟ ଆଶ୍ରୟ ନେଇଥିଲେ । ହେଲେ ବଜ୍ରାଘାତ ଫଳରେ ଉଭୟଙ୍କର ଅଚେତ ଆବସ୍ଥାରେ ପଡିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ଇଟିଭି ଭାରତ, ଅନୁଗୋଳ