ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଟୁଟୁଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଛି ପୋଲିସ

By ETV Bharat Odisha Team

Published : Nov 4, 2023, 3:50 PM IST

thumbnail

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣା । ଖାରବେଳନଗର ଥାନାରେ ଟୁଟୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆଜି ଖାରବେଳନଗର ଥାନାରେ ହାଜର ହୋଇଛନ୍ତି ପ୍ରଯୋଜକ ଟୁଟୁ ନାୟକ  । ତାଙ୍କ ନାଁରେ ସଙ୍ଗୀନ ଦଫା ଲାଗିଥିବାବେଳେ ପୋଲିସ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି ।

ଏହା ବି ପଢନ୍ତୁ...ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ !

 ଗତକାଲି(ଶୁକ୍ରବାର) ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ଚାପୁଡା ମାରିଥିଲେ  । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିବାବେଳେ ଆଜି ପ୍ରଯୋଜକ ଥାନାରେ ହାଜର ହୋଇଛନ୍ତି  । କଟକରୁ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କୁ ଆଣିଛି ଖାରବେଳନଗର ଥାନା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.