thumbnail

ଜେନେରାଲ ଟିକେଟରେ ଏସିରେ ଯାତ୍ରା କରୁଥିଲେ, ଆପଣ ନକହିବାରୁ ନିର୍ଦ୍ଧୁମ ଛେଚିଲେ ଟିଟିଇ

By

Published : Apr 10, 2023, 7:55 PM IST

ଲକ୍ଷ୍ନୌ: ଜେନେରାଲ ଟିକେଟ କରି ଏସି ବଗିରେ କରୁଥିଲେ ଯାତ୍ରା । ଧରିଲେ ଟିକେଟ ନିରୀକ୍ଷକ । ପରେ ଟିକେଟ ନେଇ ହୋଇଥିଲ କଥା କଟାକଟି । ହେଲେ ଯାତ୍ରୀଜଣକ ଟିଟିଇଙ୍କୁ ଆପଣ ବଦଳରେ ତୁମେ କହି ସମ୍ବୋଧନ କରିବା କରାଣରୁ ଉତ୍ତକ୍ଷିପ୍ତ ହୋଇ ଉଠିଥିଲେ ଟିକେଟ ନିରୀକ୍ଷକ । ଷ୍ଟେସନରେ ଅଟକାଇ ଯାତ୍ରୀଙ୍କୁ ନିର୍ଦ୍ଧୁମ ଛେଚିଲେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି ଉତ୍ତର ପ୍ରଦେଶର ଗୋରଖପୁରର ହୋଇଥିବା ସୂଚନା । ଟିଟିଇଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ଅନସାରୀ ଅଲ୍ଲୀ ହୋଇଥିବା ବେଳେ ସେ ବୃତ୍ତିରେ ଜଣେ କନିଷ୍ଠ ଯନ୍ତ୍ରୀ ହୋଇଥିବା ସୂଚନା ମିଳିଛି । ଅନସାରୀ ଜେନେରାଲ ଟିକେଟ କରି ଏସି ବଗିରେ ଯାତ୍ରା କରୁଥିବା ବେଳେ ମଝର ହୁସେନ ନାମକ ଜଣେ ଟିଟିଇ ଏସି ବଗିରେ ଯାତ୍ରାକୁ ନେଇ ବାରଣ କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ଟିକେଟ ନିରୀକ୍ଷକ ତାଙ୍କୁ ଷ୍ଟେସନରେ ଅଟକାଇ ସଂଘବଦ୍ଧ ଭାବେ ନିର୍ଦ୍ଧୁମ ମାଡ ମାରିଥିଲେ । ଷ୍ଟେସନରେ ଥିବା ଯାତ୍ରୀମାନେ ଟିଟିଇମାନଙ୍କୁ ରୋକିବା ସତ୍ତ୍ବେ ମଧ୍ୟ ସେ ଅଟକି ନଥିଲେ ଯାତ୍ରୀଙ୍କୁ ନିସ୍ତୁକ ଭାବେ ମାଡ଼ ମାରି ଚାଲିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ରେଳବାଇ ପୋଲିସ ଯାତ୍ରୀ ଆନସାରୀଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ହେଲେ ଭାଇରାଲ ଭିଡିଓ ସମ୍ପର୍କରେ ତାଙ୍କ ପାଖରେ କିଛି ସୂଚନା ନଥିବା ସେ ସ୍ପଷ୍ଟ କରିଛନ୍ତି । ରେଳବାଇ ଅଧିକାରୀ କହିଛନ୍ତି, ଯଦି ଟିଟିଇ କିଛି ଆସଦାଚରଣ କରିଥିବାର ତଥ୍ୟ ତାଙ୍କୁ ହସ୍ତଗତ ହୁଏ ସେ କାର୍ଯ୍ୟାନୁଷ୍ଠାନ ନେବେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.