ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

By ETV Bharat Odisha Team

Published : Aug 23, 2023, 10:23 PM IST

thumbnail

କନ୍ଧମାଳ: ଆଜି ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ କନ୍ଧମାଳର ଫୁଲବାଣୀ କୋର୍ଟ ଛକ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ସଂସ୍କୃତ ଭାଷା ଓ ସାହିତ୍ୟର ଗବେଷକ ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ ସ୍ୱାମୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଜୀବନୀ ଉପରେ ମତବ୍ୟକ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ପୂଣ୍ୟତିଥିରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲା ଜନ୍ମମାଟି

ତେବେ ଆଜକୁ ଠିକ ୧୫ ବର୍ଷ ପୂର୍ବେ ଆଜିର ଦିନରେ କିଛି ଦୁର୍ବୃତ୍ତ ସ୍ୱାମୀଜୀଙ୍କ ଆଶ୍ରମରେ ପଶି ସ୍ୱାମୀଜୀଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରିଥିଲେ । ହେଲେ ଏହା ମଧ୍ୟରେ ସ୍ୱାମିଜୀଙ୍କ ହତ୍ୟାକାଣ୍ଡକୁ ୧୫ ବର୍ଷ ପୁରି ସାରିଛି । ସ୍ୱାମିଜୀଙ୍କ ହତ୍ୟା ଘଟଣାରେ ସରକାର ତଦନ୍ତ କମିଶନ ବସାଇଥିଲେ, ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ  । ଏହା ସହ ତଦନ୍ତ ରିପୋର୍ଟକୁ ସାର୍ବଜନିକ କରାଯାଉନଥିବାରୁ ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ତେବେ ଏହି ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜିଲ୍ଲାର ବହୁ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.