ଭଦ୍ରକ ଜିଲ୍ଲା ହସ୍ପିଟାଲରେ ରାଜ୍ୟପାଳ: ଆହତଙ୍କୁ ଭେଟିଲେ, ଡାକ୍ତରଙ୍କ ସହ ଆଲୋଚନା କଲେ - ରାଜ୍ୟପାଳ ଗଣେଶୀଲାଲ

🎬 Watch Now: Feature Video

thumbnail

By

Published : Jun 3, 2023, 3:16 PM IST

ଭଦ୍ରକ: ବାଲେଶ୍ବର ବାହାନଗାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଚିକିତ୍ସା ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ସେ ସେଠାରୁ ବାଲେଶ୍ଵର ଅଭିମୁଖେ ଯାତ୍ରା କରିଛନ୍ତି । ଆହତଙ୍କୁ ଭେଟିବା ପରେ ରାଜ୍ୟପାଳ କହିଛନ୍ତି, ଆହତ କୌଣସି ରାଜ୍ୟର ହୁଅନ୍ତୁ ନାଁ କାହିଁକି, ପ୍ରତ୍ୟେକଙ୍କ ଜୀବନ ମୂଲ୍ୟବାନ । ତେଣୁ ସମସ୍ତଙ୍କୁ ତ୍ବରାନ୍ବିତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରୟାସ କରାଯାଉଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତଙ୍କ ପାଇଁ 300 ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ବେଳେ ଏବେ ସୁଦ୍ଧା 106ଜଣ ଆହତ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅବସ୍ଥା ଗମ୍ଭୀର ଥିବା 16 ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅବଶିଷ୍ଟ ଆହତଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏବେ ସୁଦ୍ଧା ଏହି ଦୁର୍ଘଟଣାରେ ମୋଟ 260 ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.