thumbnail

By ETV Bharat Odisha Team

Published : Nov 11, 2023, 5:54 PM IST

ETV Bharat / Videos

NITରେ ୩ ଦିନିଆ କ୍ରୀଡ଼ା ମହାକୁମ୍ଭ, 11ଟି ଉଚ୍ଚ ଶିକ୍ଷାନୁଷ୍ଠାନର 700ରୁ ଅଧିକ ପ୍ରତିଯୋଗୀ ସାମିଲ

ରାଉରକେଲା: ରାଉରକେଲା ଏନ୍ଆଇଟିରେ ତ୍ରିଦିବସୀୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଚଳିତ ବର୍ଷ ଏହାର ନାମ "ବୃଦ୍ଧି" ରଖାଯାଇଛି । ଏଥିରେ ଓଡିଶା,ବିହାର ସମେତ ଝାଡଖଣ୍ଡର 11ଟି ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିବା ବେଳେ 700ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି । ଛାତ୍ରଛାତ୍ରୀ ମଧ୍ୟରେ ରହିଥିବା କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିବା ପାଇଁ  ରାଉରକେଲା ଏନ୍ଆଇଟି ଦ୍ୱାରା ଏହି "ବୃଦ୍ଧି" କ୍ରୀଡ଼ା ମହାକୁମ୍ଭ ଆୟୋଜନ କରାଯାଇଛି । 

ଏହି କ୍ରୀଡା ଉତ୍ସବରେ ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ଚେସ୍, କବାଡ଼ି, ଭଲିବଲ୍, ବାସ୍କେଟବଲ୍, ଖୋ-ଖୋ, ଟେବୁଲ୍ ଟେନିସ୍ ଆଦି ଖେଳାଯିବ । କ୍ରୀଡ଼ା ମହାକୁମ୍ଭରେ ବିଭିନ୍ନ ଅନୁଷ୍ଠାନର 150 ଜଣ ମହିଳା ଖେଳାଳି ସାମିଲ ହୋଇଛନ୍ତି । ତେବେ ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମହେଶ୍ୱର ରାଓ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଛନ୍ତି,"ଏହି କ୍ରୀଡ଼ା ଉତ୍ସବ ଆମକୁ ଆମର ଶକ୍ତିକୁ ଚିହ୍ନଟ କରିବାରେ ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିପକ୍ଷରେ ଆମର ଦୁର୍ବଳତାକୁ ବୁଝିବାରେ ସାହାଯ୍ୟ କରିବ ।" ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆତ୍ମ ସଚେତନତା ବୃଦ୍ଧି କରିବା ସହିତ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିଥିବା ବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଆଇଜିଆଇଟି (ଢେଙ୍କାନାଳ), ରାଞ୍ଚି ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ସରକାରୀ ବୈଷୟିକ ମହାବିଦ୍ୟାଳୟ, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି, ଭିସୁଟ ବୁର୍ଲା, ଜିଆଇଇଟି ବିଶ୍ୱବିଦ୍ୟାଳୟ, ଓୟୁଏଟି ବିଶ୍ବବିଦ୍ୟାଳୟ, ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...କିଟ୍‍ ଓ କିସ୍‍କୁ ସଫଳତା, ଚୀନରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସାମିଲ ହେବେ ୧୪ ଖେଳାଳି


 ଇଟିଭି ଭାରତ,ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.