thumbnail

By

Published : Jun 30, 2023, 2:10 PM IST

ETV Bharat / Videos

ବ୍ୟାଟେରୀ ଚୋରାଉଥିଲେ: ଦୁଇ ଚୋରଙ୍କୁ ବାନ୍ଧି ଚଲାଇ ଚଲାଇ ଥାନାକୁ ନେଲେ ଗାଁ ଲୋକେ

ଢେଙ୍କାନାଳ: ଚୋରି କରୁଥିଲେ ଗାଡି ବ୍ୟାଟେରୀ । ଦୁଇ ଚୋରଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିବା ପରେ ପୋଲିସର ଜିମା ଦେଲେ ଗାଁ ଲୋକେ । ଚୋରି ବ୍ୟାଟେରୀ ସହିତ ଦୁଇ ଚୋରଙ୍କୁ ୩ କିଲୋମିଟର ଚଲେଇ ଚଲେଇ ନେଇ ଥାନାକୁ ଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ । ଗାଁ ଲୋକେ ଚୋରି ବ୍ୟାଟେରୀ ମୁଣ୍ଡରେ ମୁଣ୍ଡାଇ ଏବଂ ଦୁଇ ଚୋରଙ୍କୁ ଧରି ଥାନାରେ ଜିମା ଦେଇଛନ୍ତି ।

ସୂଚନା ମୁତାବକ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୨ର ବନ୍ଦାଳ ସାହିରେ ଏହି ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଚୋରୋଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ହୋଇଯାଇଥିଲା । ବନ୍ଦାଳ ସାହିର ଦୁଇ ଯୁବକ ଛାୟା ଦେହୁରୀ ଓ ମାନସ ମଳିକଙ୍କ ଉପରେ ସନ୍ଦେହ ହେବାରୁ ଦୁହିଁଙ୍କୁ ପଚରାଉଚରା କରିଥିଲେ ଗ୍ରାମବାସୀ । ଦୁହେଁ ନମାନିବାରୁ ସେମାନଙ୍କ ଘର ତଲାସି କରିଥିଲେ । ଏହି ସମୟରେ ଗୋଟିଏ ବ୍ୟାଟେରୀ ମିଳିଥିଲା । ଏହାପରେ ଗାଁ ଲୋକେ ଦୁଇଇ ଯୁବକଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଦୁହିଁଙ୍କୁ ଖୁବ୍ ମାଡ ମାରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ବି ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିଲା । ତେଣୁ ଗାଁ ଲୋକେ ଚୋରି ବ୍ୟାଟେରୀ ସହ ଦୁଇ ଚୋରକୁ ୩  କିମି ଚଲେଇ ଚଲେଇ ନେଇ ଥାନାରେ ଜିମା ଦେଇଛନ୍ତି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.