thumbnail

By

Published : Aug 7, 2023, 4:46 PM IST

ETV Bharat / Videos

LokSabha: ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023 । ଆଇଟି ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲକୁ ଲୋକସଭାରେ ଆଗତ କରିଥିଲେ । ବିଲକୁ ନେଇ ଲୋକସଭାରେ ସରଗରମ ବିତର୍କ ହୋଇଥିଲା । ପରେ ଧ୍ବନୀ ମତରେ ବିଲ ଲୋକସଭାରେ ଗୃହୀତ ହୋଇଥିଲା । ବିଲ ଆଇନରେ ପରିଣତ ହେଲେ ଡାଟା(ତଥ୍ୟ)କୁ  ସଂସ୍ଥା ଗୁଡିକ ଯଥଯୋଜିତ ପରିଚାଳନା ସହ, ସୁରକ୍ଷିତ ରଖିବେ । କୌଣସି ସ୍ଥିତିରେ ଏହା ଉଲ୍ଲଙ୍ଘନ ହେଲେ ସର୍ବାଧିକ 250 କୋଟି ସର୍ବନିମ୍ନ 50 କୋଟିର ଜରିମାନା ପ୍ରସ୍ତାବ ରହିଛି । ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023 ର ଜରୁରୀ ରହିଛି । 

ନାଗରିକ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିଭିନ୍ନ ସଂସ୍ଥାନ (ସରକାରୀ ଓ ବେସରକାରୀ)କୁ ଦେଇଥାନ୍ତି ।  କିନ୍ତୁ ଏହି ଡାଟା କେଉଁ ଉଦ୍ଦେଶ୍ୟରେ ବ୍ୟବାହର ହେଉଛି ତାହା ନାଗରିକ ମାନେ ଅବଗତ ନଥାନ୍ତି । ଫଳରେ ଡାଟାର ସୁରକ୍ଷାକୁ ନେଇ ସବୁବେଳେ ତର୍କବିତର୍କ ଲାଗି ରହିଥିଲା । ବିଲକୁ  ବିଜେଡି ସମର୍ଥନ କରିଥିବା ବେଳେ ଲୋକସଭାରେ ଦଳ ପକ୍ଷରୁ ସାଂସଦ ଶର୍ମିଷ୍ଠା ସେଠୀ ବିତର୍କରେ ଭାଗ ନେଇ ଦଳର ପକ୍ଷ ରଖିଥିଲେ । ଦେଖନ୍ତୁ କଣ କହିଥିଲେ ସାଂସଦ ଶର୍ମିଷ୍ଠା ସେଠୀ ।  

ଏହାବି ପଢନ୍ତୁ-  Lok Saabha: ବନ୍ୟ ପ୍ରାଣୀ (ସୁରକ୍ଷା) ସଂଶୋଧନ ବିଧେୟକ ଆଗତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.