thumbnail

By ETV Bharat Odisha Team

Published : Sep 22, 2023, 7:26 AM IST

ETV Bharat / Videos

World Cup 2023: ଟିମ୍‌ ଇଣ୍ଡିଆର ନୂଆ ଜର୍ସି ସହ 3 କା ଡ୍ରିମ୍‌ ସଙ୍ଗୀତ ରିଲିଜ

ମୁମ୍ବାଇ: ଦିନିକିଆ ବିଶ୍ବକପ ପାଇଁ ଆଉ ମାତ୍ର 12 ଦିନ । ଏନେଇ ଭାରତୀୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଜର୍ସି ସହ ତିନ୍‌ କା ଡ୍ରିମ୍‌ ହେ ଅପନା ଗୀତ ରିଲିଜ ହୋଇଛି । ଆଦିଦାସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ଭାରତୀୟ ଦଳ ପାଇଁ ଏକ ସୁନ୍ଦର ସଙ୍ଗୀତ ପ୍ରସ୍ତୁତ କରାଯାଇଛି । ଇମ୍ପସିବଲ ନେହିଁ ହୈ ସପନା...ତିନ୍‌ କା ଡ୍ରିମ୍‌ ହୈ ଅପନା... ଗୀତ ରିଲିଜ ହୋଇଛି । ଲୋକପ୍ରିୟ ରାପର ରଫତାର ଏହି ଗୀତରେ କଣ୍ଠଦାନ କରିଛନ୍ତି । ଜର୍ସିର କାନ୍ଧରେ ଥିବା 3ଟି ଲମ୍ବା ଲାଇନ୍‌କୁ ଜାତୀୟ ପତାକାର ରଙ୍ଗ ଦିଆଯାଇଛି । ପୂର୍ବରୁ ଜର୍ସିରେ ଏହି ରଙ୍ଗ ଧଳା ଥିଲା । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆ ପେଜରେ ଏହି ଜର୍ସି ଉନ୍ମୋଚନର ଭିଡିଓ ଅପୋଡ କରାଯାଇଛି । 

ଏହା ବି ପଢନ୍ତୁ...ବିଶ୍ବକପ ଟ୍ରଫିକୁ ଅତି ନିକଟରେ ଦେଖି ଆତ୍ମବିଭୋର କ୍ରିକେଟ ପ୍ରେମୀ

ଭିଡିଓରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ଷ୍ଟାର ଖେଳାଳି ଶୁଭମନ ଗିଲ୍‌, ବିରାଟ କୋହଲି, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ରହିଛନ୍ତି । ଭିଡିଓରେ ଭାରତର ତୃତୀୟ ବିଶ୍ବକପ ସ୍ବପ୍ନ ବିଷୟରେ କୁହାଯାଇଛି । 1983 ଓ 2011ରେ ଭାରତ ଦିନିକିଆ ବିଶ୍ବବିଜୟୀ ହୋଇଥିଲା । ଏଥରେ ତୃତୀୟ ଥର ଅର୍ଥାତ 2023ରେ ଭାରତ ପାଖରେ ବିଶ୍ବକପ୍‌ ଜିତିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି । ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ କ୍ରିକେଟ ବିଶ୍ବକପ । ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଘରୋଇ ମାଟିରେ ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ।

ଏହା ବି ପଢନ୍ତୁ...ବିଶ୍ବକପ ଟ୍ରଫି ସହ ଫଟୋ ଉଠାଇଲେ କ୍ରିକେଟ ପ୍ରେମୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.