thumbnail

By

Published : Jul 4, 2023, 9:21 PM IST

ETV Bharat / Videos

ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳିକୁ ବିରୋଧ, ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଯାଜପୁର: ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳିକୁ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନରେ ଥିବା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଶିମଳା ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବଡ଼ଚଣା ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ୧୧୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅନ୍ୟତ୍ର ବଦଳି ନିଷ୍ପତି କରାଯାଇଥିଲା। ଜୁନ ୩୦ତାରିଖରେ ପ୍ରକାଶ ପାଇଥିବା ତାଲିକାରେ ନିଶିମଳ ବିଦ୍ୟାଳୟର ଶିକ୍ଷୟତ୍ରୀ ମଞ୍ଜୁଲତା ନାୟକଙ୍କ ଦାଣ୍ଡ ହରିପୁରକୁ ବଦଳି କରାଯାଇଛି। ଏହା ଛାତ୍ରଛାତ୍ରୀ ଜାଣିବା ପରେ ଉଭୟ କମିଟି ଓ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ମଞ୍ଜୁଲତାଙ୍କ ବଦଳିକୁ ପ୍ରତିବାଦ କରିବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଯେପର୍ଯ୍ୟନ୍ତ ଶିକ୍ଷା ବିଭାଗ ଦାବି ନ ଶୁଣିବ ସେପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କୁ ପାଇବା ପାଇଁ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ଅଡିବସିଛନ୍ତି ଛାତ୍ରଛାତ୍ରୀ। ସେପଟେ ଆଜି ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଇଥିବା ଜଣାପଡିଛି l ତେବେ ନିଶିମଳା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ମଞ୍ଜୁଳତା ନାୟକ ଅନେକ ଦିନ ହେବ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଆସୁଛନ୍ତି l ତେବେ ଶିକ୍ଷୟିତ୍ରୀ ମଞ୍ଜୁଲତା ଅତି ଉଚ୍ଚକୋଟୀର ଶିକ୍ଷାଦାନ କରୁଥିବାରୁ ତାଙ୍କ ସମୟରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷାରେ ପାସ କରି ସ୍କୁଲର ନାଁ ରଖିଛନ୍ତି l ତେବେ ଶିକ୍ଷୟିତ୍ରୀ ମଞ୍ଜୁଲତାଙ୍କୁ ହଠାତ ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟତ୍ର ବଦଳିକୁ ନେଇ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି l 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.