thumbnail

କାର୍ଯ୍ୟରେ ଅବହେଳା ପଡିଲା ମହଙ୍ଗା, ଖାଉଟି ଅଦାଲତରେ ଦଣ୍ଡିତ ତହସିଲ କର୍ମଚାରୀ

By ETV Bharat Odisha Team

Published : Jan 5, 2024, 9:02 PM IST

Updated : Jan 7, 2024, 11:08 AM IST

ନବରଙ୍ଗପୁର: ଖାଉଟି ଅଦାଲତରେ ଦଣ୍ଡିତ ହେଲେ ତହସିଲ କର୍ମଚାରୀ । ନବରଙ୍ଗପୁର ତହସିଲଦାର ଓ ରେକର୍ଡ କିପରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ଦୁଇଟି ପୃଥକ ପୃଥକ ଘଟଣାରେ ଅବହେଳା ପ୍ରଦର୍ଶନକୁ ନେଇ ଏହି ରାୟ ଶୁଣାଇଛନ୍ତି ଅଦାଲତ । ଗୋଟିଏ ମ୍ୟୁଟେସନ କେଶର ନକଲ ପ୍ରଦାନ ସହ ଏକ ଜମି ଭାଗବଣ୍ଟା ନଥିପତ୍ରର ଅବିକଳ ନକଲ ୩ ଦିନ ମଧ୍ୟରେ ଦେବାକୁ ଥିବାବେଳେ ଦୁଇମାସ ବିତିଯାଇଥିଲେ ମଧ୍ୟ ଆବେଦନ କରିଥିବା ଆବଶ୍ୟକୀୟ ନଥିପତ୍ର ପାଇନଥିଲେ ଆବେଦନକାରୀ । ଏହାପରେ ନବରଙ୍ଗପୁର ଦସରାପଦା ସାହିର ଆବେଦନକାରୀ ଏନ.ପରମେଶ୍ବରନ ନିରାଶ ହୋଇ ନବରଙ୍ଗପୁର ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । 

ତେବେ ଏହି ମାମଲାର ଶୁଣାଣିକରି ଖାଉଟି ଅଦାଲତ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ ନବରଙ୍ଗପୁର ତହସିଲଦାର ଓ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ଦେବାଶିଷ ମହାନ୍ତି ଉଭୟଙ୍କୁ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ୫ ହଜାର ଟଙ୍କା ଜରିମାନା ପ୍ରଦାନରେ ବିଳମ୍ବ ହେଲେ ୧୨ ପ୍ରତିଶତ ସୁଧ ମିଶାଇ ପ୍ରଦାନ କରିବାକୁ କହିବା ସହ ତୁରନ୍ତ ଆବେଦନକାରୀ ଆବେଦନ କରିଥିବା ନଥିପତ୍ର ଦେବାପାଇଁ ମଧ୍ୟ ଖାଉଟି ଅଦାଲତ ତାଙ୍କ ରାୟରେ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପିଅନ ଗିରଫ

ଇଟିଭି ଭାରତ, ନବରଙ୍ଗପୁର

Last Updated : Jan 7, 2024, 11:08 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.