thumbnail

By ETV Bharat Odisha Team

Published : Oct 1, 2023, 8:59 PM IST

ETV Bharat / Videos

ସ୍ୱଚ୍ଛତା ହିଁ ସେବାରେ ସାମିଲ ହେଲେ ବିଏସଏଫ ଯବାନ, ସଫେଇ କଲେ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ସ୍ୱଚ୍ଛତା ହିଁ ସେବା ଏହି ଆହ୍ୱାନକୁ ନେଇ ସାରା ଦେଶରେ ଆଜି ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଏସଏଫ ଯବାନମାନେ ଲିଙ୍ଗରାଜ ମନ୍ଦିରରେ ସଫେଇ କରିଛନ୍ତି । ତେବେ ସାରାଦେଶରେ ଆଜି ଏହି ଆହ୍ୱାନକୁ ନେଇ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରୁଥିବା ବେଳେ ନିଜର ୧ ଘଣ୍ଟାର ଶ୍ରମଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁହିକ ଶ୍ରମଦାନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । 

ଏହି ଆହ୍ୱାନକୁ ପାଳନ କରିବାକୁ ଯାଇ ଭୁବନେଶ୍ୱରରେ ଥିବା ବିଏସଏଫ ହେଡକ୍ୱାଟର ଯବାନ ମାନେ ଲିଙ୍ଗରାଜ ମନ୍ଦିରରେ ନିଜର ଶ୍ରମଦାନ କରିଛନ୍ତି । ଆଜି ବନ୍ଧୁକ ନୁହେଁ ଆଜି ହାତରେ ଝାଡୁ ଧରି ଆଇଜି ଧନେଶ୍ୱର କୁମାର ଶର୍ମାଙ୍କ ତତ୍ତ୍ବାବଧାନରେ ଓଡିଶା ଐତିହ୍ୟର ମୁକସାକ୍ଷୀ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ଭିତର ଓ ବାହାର ପରିସରକୁ ସଫା କରିଛନ୍ତି । ଏହାସହ ବିଏସଏଫ ଆଇଜି ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଆମ ପର୍ଯ୍ୟଟନ ଓ ଐତିହ୍ୟର ସଫେଇ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥି୍େଲେ । ଅନ୍ୟପଟେ ଯବାନମାନେ ବଡ ଉତ୍ସାହର ସଫେଇ କରିବା ସହ ପର୍ଯ୍ୟଟନସ୍ଥଳୀର ସଫେଇରେରେ ସାମିଲ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରାତି ପାହିଲେ ଗାନ୍ଧୀ ଜୟନ୍ତୀ, ବଡ଼ଦାଣ୍ଡରେ ଚାଲିଲେ ୧୫୪ ଗାନ୍ଧୀ ବେଶଧାରୀ

ଇଟିଭି ଭାରତ, ଭୁବନେଶ୍ବର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.