thumbnail

PM Modi Diamond Portrait: ପ୍ରଧାନମନ୍ତ୍ରୀଙ୍କ ହୀରା ଖଚିତ ଫଟୋ ପ୍ରସ୍ତୁତ, ଦେଖନ୍ତୁ କଣ ରହିଛି ବିଶେଷତ୍ବ

By ETV Bharat Odisha Team

Published : Sep 6, 2023, 8:13 PM IST

ସୁରଟ (ଗୁଜରାଟ): ହୀରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର । ପ୍ରସ୍ତୁତ ହୋଇଛି ଆକର୍ଷଣୀୟ ଅବିଶ୍ବସନୀୟ  ଫଟୋ ।  7 ହଜାର 200 ହୀରାରେ ନିର୍ମାଣ ହୋଇଛି ଏହି ଫୋଟ ଚିତ୍ର । ଯାହାର ଦାମ କେତେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ବଜାର ମୁଲ୍ୟ ଆକାଶଛୁଆଁ ହୋଇଥାଇ ପାରେ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ 73ତମ  ଜନ୍ମ ଦିନ ଅବସରରେ ଉପହାର ଦେବାକୁ ଏହାର ନିର୍ମାଣ କରିଛନ୍ତି ଗୁଜୁରାଟ ସୁରତ ସହରର   ବିଶିଷ୍ଟ ସ୍ଥପତି ତଥା ଇଞ୍ଜିନିୟର  ବିପୁଲ ଜେପିୱାଲା (Vipul Jepiwala) । ବିପୁଲ ଖାଲି ଜଣେ ସ୍ଥପତି ନୁହଁନ୍ତି ସେ ପ୍ରଧାନମନ୍ତ୍ରୀଙ୍କର ଜଣେ ଦୃଢ ପ୍ରଂଶସକ ମଧ୍ୟ ।  ଆଗାମୀ 17 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି 72 ବର୍ଷ ପୂରଣ କରି 73 ତମ ଜନ୍ମ ଦିବସ ପାଳନ କରିବେ । ଏହାକୁ ଦୃଷ୍ଟିରେ ରଖି ନିଜ ଭୂମିପୂତ୍ରଙ୍କୁ ତଥା ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଚିନ୍ତା  କଲେ  ସ୍ଥପତି ବିପୁଲ ।  ପ୍ରଧାନମନ୍ତ୍ରୀ ମୋଦି 72 ବର୍ଷ ପୂରଣ କରୁଥିବାରୁ 7 ହଜାର 200 ହୀରାରେ  ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ପ୍ରସ୍ତୁତ କରିବାକୁ ନିଷ୍ପତି  ନେଇଥିଲେ । ଏହାର ଡିଜାଇନ ଓ  ନିର୍ମାଣ ପାଇଁ 3 ମାସରୁ ଅଧିକ ସମୟ ଲାଗିଥିବା ବେଳେ, ବଜାର ମୁଲ୍ୟ  ଆକଳନ କରିନଥିବା କହିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଜନ୍ମ ଦିବସ ଅବସରରେ ଏହାକୁ ଗୁଜରାଟବାସୀଙ୍କ ପକ୍ଷରୁ ସେ ଉପହାର  ଦେବାକୁ ଚାହୁଁଥିବା କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.