କେନ୍ଦୁଝରରେ ପହଞ୍ଚିଲା ରାମଲାଲାଙ୍କ ଅକ୍ଷତ କଳସ - କେନ୍ଦୁଝରରେ ପହଞ୍ଚିଲା ଅକ୍ଷତ କଳସ
🎬 Watch Now: Feature Video
Published : Dec 9, 2023, 10:44 AM IST
କେନ୍ଦୁଝର: ବହୁ ପ୍ରତୀକ୍ଷିତ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ଏହି ମନ୍ଦିରର ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇଛି । ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପତ୍ର ସ୍ଵରୁପ ଅରୁଆ ଚାଉଳ ଦୂବପତ୍ର ସମସ୍ତ ରାଜ୍ୟର ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । ତେବେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଏହି ଦାୟିତ୍ଵ ନିର୍ବାହ କରାଯାଉଥିବା ବେଳେ ଓଡ଼ିଶାରେ ଏହି ଅକ୍ଷତ କଳସ ପହଞ୍ଚି ସାରିଛି । ଗତକାଲି ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟକୁ ଅକ୍ଷତ କଳସ ପଠା ଯାଇଥିବା ବେଳେ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ସହରରେ ପହଞ୍ଚିଛି । ସ୍ଥାନୀୟ ମଣ୍ଡୁଆ ଠାରେ ଏହି ଅକ୍ଷତ କଳସ ପହଞ୍ଚିଥିବା ବେଳେ ତାକୁ ଭବ୍ୟ ପାଲିଙ୍କିରେ ରଖା ଯାଇଥିଲା । ଶତାଧିକ ମହିଳା ପାଲିଙ୍କିକୁ ଭବ୍ୟ ସ୍ଵାଗତ କରିଥିବା ବେଳେ ଝାଞ୍ଜ କୀର୍ତ୍ତନ କରି ସହର ପରିକ୍ରମା କରିଥିଲେ । ଶତାଧିକ ଭକ୍ତ ସହର ପରିକ୍ରମା କରି ରାମ ମନ୍ଦିରକୁ ଯାଇଥିଲେ । ସେଠାରୁ ଅକ୍ଷତ କଳସକୁ ବିଭିନ୍ନ ମଠ ମନ୍ଦିର ଭକ୍ତଙ୍କୁ ବଣ୍ଟାଯିବ ବୋଲି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ- ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ରାଜଧାନୀରେ ପହଞ୍ଚିଲା ଅକ୍ଷତ କଳସ
ଇଟିଭି ଭାରତ, କେନ୍ଦୁଝର