VIRAL VIDEO: ଥାନା ଭିତରୁ ଭାସି ଆସିଲା ସୁମଧୁର କଣ୍ଠସ୍ୱର, ରାତାରାତି ଷ୍ଟାର ପାଲଟିଲେ କଏଦୀ - ଥାନା ଭିତରେ ଗୀତ
🎬 Watch Now: Feature Video
ପାଟନା: କାହାର ଭାଗ୍ୟ କେତେବେଳେ ଚମକିବ ତାହା କହିବା କଷ୍ଟକର । ଏଠାରେ ଘଟିଥିବା ଘଟଣା ମଧ୍ୟ ଏହି କଥାକୁ ପ୍ରମାଣିତ କରିଛି । ଥାନା ଭିତରେ ନିଜର ସୁମଧୁର କଣ୍ଠରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଛନ୍ତି କଏଦୀ । ଯାହାଙ୍କ ନାମ ହେଉଛି କହ୍ନୈୟା ରାଜ (Kanhaiya raj of Kaimur became famous) । ବିହାର ବକ୍ସର ଜେଲରେ କଏଦ ଥିବା ବେଳେ ସେ ସୁମଧୁର ସଙ୍ଗୀତ ଗାଇ ନିକଟରେ ଥିବା ବ୍ୟକ୍ତିବିଶେଷଙ୍କୁ ବିମୋହିତ କରିଛନ୍ତି (Song from buxar thana video goes viral) । ସେ ଗୀତ ଗାଉଥିବା ସମୟରେ କେହି ଜଣେ ଏହାକୁ ରେକର୍ଡିଂ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଟିଜେନ୍ସ ଖୁବ ପସନ୍ଦ କରିଛନ୍ତି । ନିଜ ସଜ୍ଜା କାଟି ଜେଲରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଷ୍ଟାର ଗାୟକ କହ୍ନୈୟା । ସେ କହିଛନ୍ତି ଯେ ନିଶାଦ୍ରବ୍ୟ ଖାଇ ସେ ଗିରଫ ହୋଇନାହାନ୍ତି, ବରଂ ଜଣେ ପ୍ରଶଂସକଙ୍କ ଅଭିଯୋଗ କ୍ରମେ ସେ ଦଣ୍ଡ ଭୋଗିଥିଲେ । ସେ ଅଶ୍ଳୀଳ ଗୀତ ଗାଆନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ହାଜତରେ ରଖିଥିଲେ । ମାତ୍ର ସେ ଅଶ୍ଳୀଳ ଗୀତ ଗାଆନ୍ତି ନାହିଁ ବୋଲି କହିଛନ୍ତି ।
Last Updated : Feb 3, 2023, 8:38 PM IST