ବିଜେପିର ବିକ୍ଷୋଭ ବେଳେ କାମୁଡିଲେ ମହୁମାଛି; ବିଧାୟକଙ୍କ ସହ ୫୦ରୁ ଅଧିକ ଆହତ

By ETV Bharat Odisha Team

Published : Dec 2, 2023, 7:19 AM IST

thumbnail

ନବରଙ୍ଗପୁର: ଦୁର୍ନୀତି ବିରୋଧରେ ବିଜେପିର ବିକ୍ଷୋଭ ଚାଲିଥିବା ବେଳେ ମହୁମାଛି ଆକ୍ରମଣ । ବିଜେପି ବିଧାୟକ, କର୍ମୀ ଓ ପୋଲିସକୁ ଗୋଡାଇ ଗୋଡାଇ ବିନ୍ଧିଲେ ମହୁମାଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟ ଠାରେ । ମହୁମାଛି ଆକ୍ରମଣରେ ଉମରକୋଟ ବିଧାୟକ, ପୋଲିସ ସମେତ ୫୦ରୁ ଅଧିକ ଆହତ ହୋଇଛନ୍ତି । ରାଇଘର ବ୍ଲକରେ ବ୍ୟାପକ ଦୁର୍ନୀତି ବିରୋଧରେ ଗତକାଲି(ଶୁକ୍ରବାର) ବିଜେପିର ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ଅପରାହ୍ନରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏକ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏଥିରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ । ବ୍ଲକ କାର୍ଯ୍ୟାଳୟ ଘେରାଉ ସମୟରେ ହଠାତ୍ ବହୁସଂଖ୍ୟାରେ ମହୁମାଛି ରାଲି ମଧ୍ୟକୁ ମାଡି ଆସିଥିଲେ ଏବଂ ଆକ୍ରମଣ କରିଥିଲେ । ଫଳରେ ବିଧାୟକଙ୍କ ସମେତ ୫୦ରୁ ଅଧିକ ଲୋକେ ମହୁମାଛି ଆକ୍ରମଣରେ ଶିକାର ହୋଇ ଆହତ ହୋଇଛନ୍ତି । ସମସ୍ତେ ରାଇଘର ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି  ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.